ଜିଲ୍ଲା ପରିକ୍ରମା

ଜାତୀୟ ପୁଷ୍ଟିକର ସପ୍ତାହ ପାଳନ

ଖଇରା, ୮/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସମନ୍ନିତ ଶିଶୁ ବିକାଶ ଓ ସେବା ପ୍ରକଳ୍ପ ଆନୁକୁଲ୍ୟରେ ଜାତୀୟ ପୁଷ୍ଟିକରଣ ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଭିଲିପ୍ସା ସାହୁ ପ୍ରଦୀଦ ପ୍ରଜ୍ୱଳନ କରି କର୍ମଶାଳାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅଥିଥିଭାବେ ବିଡିଓ ମହେଶ ଚୌଧୁରୀ, ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଚିକିତ୍ସାଧିକାରୀ ଡ.ଦେବାଶିସ ପଟ୍ଟନାୟକ ଯୋଗଦେଇ ନିଜନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ସିଡିପିଓ ନର୍ମଦା ଦେଓ ଉକ୍ତ କର୍ମଶାଳାରେ ପୁଷ୍ଟି ପାଳନର ସଚେତନ ଉଦ୍ଦେଶ୍ୟରେ ସମସ୍ତଙ୍କୁ ବୁଝାଇ କହିଲେ ଯେ ସରକାର ଆବାଳ ବୃଦ୍ଧ ବନୀତା ସମସ୍ତଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ଏହି ଯୋଜନାସବୁର ସଠିକ ରୂପାୟନ ହୋଇପାରିଲେ ସମସ୍ତର ସୁଫଳ ପାଇପାରିବେ। ଶିଶୁମାନେ ହେଉଛନ୍ତି ଦେଶର କନିଷ୍ଠତମ ନାଗରିକ, ସେମାନଙ୍କୁ ଉପଯୁକ୍ତ ଯତ୍ନସହ ୬ ମାସପରେ ସ୍ତନ୍ୟପାନ ସହିତ ପରିପୂରକ ଖାଦ୍ୟ ଦେଲେ ସେମାନଙ୍କର ଶାରିରୀକ ଓ ମାନସିକ ବିକାଶ ହୋଇପାରିବ। ସେମାନେହିଁ ଦେଶର ଭବିଷ୍ୟତ ଏଣୁ ଶିଶୁ ସୁସ୍ଥହେଲେହିଁ ଉତ୍ତମ ସମାଜ ଗଠନ ହୋଇପାରିବ। ସେମାନଙ୍କୁ ଆବଶ୍ୟକ ପରିମାଣ କ୍ୟାଲୋରି ଓ ପୁଷ୍ଟିକର ଖାଦ୍ୟ ପ୍ରଦାନ ପାଇଁ ଆଇସିଡିଏସ ମାଧ୍ୟମରେ ବ୍ୟବସ୍ଥା କରାଯାଇଛି। ଶିଶୁ ମାନଙ୍କ ଅଧିକାରକୁ ସୁରକ୍ଷା ଦେବା ସହ ଅନାଥ ଶିଶୁମାନଙ୍କୁ ପରିଚୟ ଦେବା ଦିଗରେ ବିଭାଗ କାର୍ଯ୍ୟ କରୁଛି ବୋଲି ଶ୍ରୀମତୀ ଦେଓ କହିଥିଲେ। ଅନ୍ନପ୍ରସନ ଦିବସ ପରିପୂରକ ଖାଦ୍ୟାଭ୍ୟାସ ସଂପର୍କରେ ଆଲୋଚନା କରିଥିଲେ। ହଜାରେ ଦିନର ଗୁରୁତ୍ୱ ସଂପର୍କରେ ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ଅବନ୍ତି ମାଝୀ ଆଲୋଚନା କରି ଶିଶୁ ୬ ମାସ ହେଲାପରେ ସ୍ତନ୍ୟପାନ ସହିତ ପରିପୂରକ ଖାଦ୍ୟ ୨୪ ମାସ ପର୍ଯ୍ୟନ୍ତ ଦେବା ନିହାତି ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ମଧ୍ୟରେ ଖାଦ୍ୟ ପ୍ରଣାଳୀ ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ୯ ଜଣ କୃତୀ ପ୍ରତିଯୋଗିଙ୍କୁ ପୁରସ୍ତୃତ କରାଯାଇଥିଲା। ଏହି କର୍ମଶାଳାରେ ସମସ୍ତ ସୁପରଭାଇଜର, ଅଙ୍ଗନୱାଡି ଓ ଆଶାକର୍ମୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top