ଓଡ଼ିଶା

ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଓମ୍ ପ୍ରକାଶ ମିଶ୍ରଙ୍କୁ ସମ୍ବର୍ଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲୀ/ଭୁବନେଶ୍ୱର, ୬ ସେପ୍ଟେମ୍ବର (ଓଡ଼ିଆ ପୁଅ) -ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଓମ୍ ପ୍ରକାଶ ମିଶ୍ରଙ୍କୁ ସମ୍ବର୍ଧିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନୂଆଦିଲୀ ସ୍ଥିତ ସରକାରୀ ବାସଭବନରେ ଶିକ୍ଷକ ଶ୍ରୀ ମିଶ୍ରଙ୍କୁ ସମ୍ବର୍ଧିତ କରିବା ସହ ତାଙ୍କର ମହତ କାମ ପାଇଁ ତାଙ୍କୁ ସାଧୁବାଦ ଦେଇଥିଲେ। ଏ ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ, ଶିକ୍ଷକ ଶ୍ରୀ ମିଶ୍ର ସବୁ ଓଡିଆଙ୍କ ପାଇଁ ପ୍ରେରଣାର ବ୍ୟକ୍ତିତ୍ୱ। ଆମ ସମସ୍ତଙ୍କ ପାଇଁ ସେ ଗୌରବ ଆଣିଲେ। ପ୍ରାଥମିକ ଶିକ୍ଷାର କିପରି ବିକାଶ ହୋଇପାରିବ ତାହର ବ୍ଲୁପ୍ରିଂଟ ତାଙ୍କ ପାଖରେ ଅଛି। ଶ୍ରୀ ମିଶ୍ର ଦମ୍ପତିଙ୍କ ସହ ଆଲୋଚନା ସମୟରେ ତାଙ୍କ ବ୍ୟକ୍ତିତ୍ୱର ଗଭୀରତା ବୁଝାପଡୁଛି। କୋରାପୁଟର ଅଂଚଳରେ ମୌଳିକ ଓ ପ୍ରାଥମିକ ଶିକ୍ଷାର ବିକାଶ କିପରି ହୋଇପାରିବ ବ୍ଲୁପ୍ରିଂଟ ତାଙ୍କ ପାଖରେ ଅଛିା ଆଗାମୀ ଦିନରେ ଏଠାରେ କଣ ସମ୍ଭାବନା ରହିଛି ତାଙ୍କ ସହ ଆଲୋଚନାରୁ ବୁଝାପଡିଲା ବୋଲି ଶ୍ରୀ ପ୍ରଧାନ କହିଥିଲେ।

କୋରାପୁଟ ଜୟପୁର ଅଂଚଳର ଶିକ୍ଷକ ଶ୍ରୀ ମିଶ୍ର ତାଙ୍କର ଶିକ୍ଷାଦାନ ପାଇଁ ଘରେଘରେ ପରିଚିତ। ବିଶେଷ କରି ଜନଜାତି ଅଧୁଷିତ ଅଂଚଳ ଓ ଅପହଂଚ ଇଲାକାର ଛାତ୍ରଛାତ୍ରୀ ମାନଙ୍କୁ ନୂଆଜ୍ଞାନ କୌଶଳ ମାଧ୍ୟମରେ ଶିକ୍ଷାଦାନ କରିବାରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ବାସଭବନରେ ତାଙ୍କୁ ସମ୍ବର୍ଧିତ କରିବା ସହ ଶୁଭେଚ୍ଛା ଜଣାଇଥିଲେ।

ଗତକାଲି ଗୁରୁଦିବସ ଅବସରରେ ଦିଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାଯ୍ୟକ୍ରମରେ ଓଡିଶାର ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀ ମିଶ୍ରଙ୍କୁ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ପୁରସ୍କୃତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top