ଜିଲ୍ଲା ପରିକ୍ରମା

ଜାତୀୟ ପଞ୍ଚାୟତି ରାଜ ଦିବସ ଅବସରରେ ଗ୍ରାମ ସ୍ୱାରାଜ ଯୋଜନା ଆରମ୍ବ

ଖଡିଆଳ/ନୂଆପଡା-୨୬.୦୪.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ଜାତୀୟ ପଞ୍ଚାୟତ ରାଜ ଦିବସ ଅବସରରେ ନୁଆପଡା ଜିଲା ଖଡିଆଳ ବ୍ଲକ ବାଦୀ ଗ୍ରାମ ଠାରେ ଗ୍ରାମ ସ୍ୱାରାଜ ଯୋଜନା କାର୍ଯ୍ୟକ୍ରମ ସୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଦୀ ସରପଞ୍ଚ ଅନୁପ ସିଂ ଦେଓ ଅଧ୍ୟକ୍ଷତା କରିଥିବା ବେଲେ ନୁଆପଡା ଜିଲାପାଳ ପୋମା ଟୁଡୁ,ନୁଆପଡା ପିଡିଡିଆରଡିଏ ଭୃଷଭ ଚନ୍ଦ୍ର ନାଏକ,ଡିପିଓ ବିବେକାନନ୍ଦ ମହାନନ୍ଦ ,ଚିଡିଏମଓ ଶଙ୍କର ପ୍ରସାଦ ମେହେର,ଖଡିଆଳ ବ୍ଲକ ଚ୍ୟାରମେନ ବାଳକୃଷ୍ଣ ଶବର,ଆରଡୱୁଏସଏସ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଭୁ ପ୍ରସାଦ ପଣ୍ଡା,ଖଡିଆଳ ବିଡିଓ ଅନିଲ କୁମାର ପଟ୍ଟନାୟକ,ସ୍ୱାସ୍ଥ୍ୟ ବିଭାଗର ବିପିଏମ ୱାସିମ ରାଜା ସମେତ ସମସ୍ତ ଜିଲା ଅଧିକାରୀ ଓ ଖଡିଆଳ ର ସମସ୍ତ ବ୍ଲକ କର୍ମଚାରୀ ଯୋଗଦାନ କରିଥିଲେ । ଜାତୀୟ ପଞ୍ଚାୟତ ରାଜ ଦିବାସ ଅବସରେ ଗ୍ରାମ ସ୍ୱରାଜ ଯୋଜନା ମାଧ୍ୟମରେ ନୁଆପଡା ଜିଲା ଖଡିଆଳ ବ୍ଲକ ବାଦୀ ଗ୍ରାମକୁ ମନୋନୀତ କରାଯାଇ ଏଠାରେ ଗ୍ରାମ ସ୍ୱାରାଜ ଯୋଜନା କୁ ରୁପାନ୍ତରିତ କରିବା ପାଇଁ ସମସ୍ତ ଙ୍କୁ ଦିଗଦର୍ଶନ କରାଯାଇଥିଲା । ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ମିଶନ ଇନ୍ଦ୍ରଧନୁ ଯୋଜନା,ଉଜ୍ଜଳା ବଳ ଯୋଜନା ପ୍ରଭୁତି ସାତେଟି ଯୋଜନା ଉପରେ ଗୁରୁର୍ୱାରୋପ କରାଯାଇଥିଲା । ଏ ଅବସରରେ ଉଜ୍ଜଳା ୍େୟାଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ମାନଙ୍କୁ କା୍ର୍ୟ୍ୟାଦେଶ ବଣ୍ଟନ କରାଯାଇଥିଲା । ଏହି ସବୁ କାର୍ଯ୍ୟକ୍ରମରେ ବାଦୀ ଗ୍ରାମର ପଞ୍ଚସଖା ଯୁବକ ସଂଘ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top