କୋରାପୁଟ ; ତା୧୧-୦୪-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ସଦର ମହକୁମାଠାରେ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି।କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଲଲିତ ମୋହନ ରଥ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।ଶୋଭାଯାତ୍ରା ସହର ପରିକ୍ରମା କରି ନିରାପଦ ମାତୃତ୍ୱ ଉପରେ ସ୍ଲୋଗାନମାନ ଦେଇ ସଚେତନତା କରାଇଥିଲେ।କୋରାପୁଟ ରେଲବାଇ ଷ୍ଟେସନରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସୁରକ୍ଷିତ ଗର୍ଭଧାରଣ, ପ୍ରସବକାଳିନ ନିରାପତା, ଶିଶୁ ଜନ୍ମପରେ ମାଆର ସ୍ୱାସ୍ଥ୍ୟ ବାବଦରେ ସଚେତନତା ସୃଷ୍ଟି କରିବା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ରହିଛି।ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି।ତତସ୍ୱରୂପ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି।ତଥାପି ଗାଁ ମାନଙ୍କରେ ରହୁଥିବା ମହିଳାମାନଙ୍କୁ ସଚେତନତା କରାଇ ଡାକ୍ତରଖାନାରେ ପ୍ରସବ କରାଇବାକୁ ଏଏନଏମ . ଆଶାକର୍ମି ଓ ଅଙ୍ଗନବାଡି କର୍ମିମାନଙ୍କ ଭୁମିକା ଗୁରୁତ୍ୱ ପୂର୍ଣ୍ଣ ଅଟେ।କୋରାପୁଟ ସଦର ଡାକ୍ତରଖାନାରେ ଗତ ମାର୍ଚ୍ଚ ମାସ ରିପୋର୍ଟ ଅନୁସାରେ ମାତୃ ମୃତ୍ୟୁ ଶୂନ ଥିବା ବେଳେ ଶିଶୁ ମୃତ୍ୟୁ ୨୮ ରହିଥିଲା ବୋଲି ହସପିଟାଲ ମ୍ୟାନେଜର ଲଲିତ ମୋହନ ସାହୁ ସୂଚନା ଦେଇଛନ୍ତି।
