ଅନୁଗୁଳ

ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ

ଅନୁଗୋଳ, ୧୯/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସ୍ୱେଚ୍ଛାସେବୀ ସଙ୍ଗଠନ ସୋସିଆଲ ଡେଭଲପମେଂଟ ଫାଉଣ୍ଡେସନ ଓ ଉଇ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଅନୁଗୋଳ ବ୍ଲକର ରନ୍ତଲେଇ ପଂଚାୟତ ଗ୍ରାମପଂଚାୟତ ଅଧିନସ୍ଥ ହରିବେରେଣି ଅଙ୍ଗନୱାଡ଼ି କେନ୍ଦ୍ରଠାରେ ଜାତୀୟ ନିରାପଦ ମାତୃତ୍ୱ ଦିବସ ଗତ ୧୧ ତାରିଖରେ ପାଳିତ ହୋଇଯାଇଛି। ସ୍ୱଂୟ ସହାୟକ ଗୋଷ୍ଠୀ, ଗର୍ଭବତୀ ମହିଳା, ଅଙ୍ଗନୱାଡ଼ି କର୍ମୀ ଏବଂ ଆଶାଦିଦିଙ୍କର ଉପସ୍ଥିତିରେ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବକ୍ତାମାନେ ମା ମାନଙ୍କ ମଧ୍ୟରେ ଏହି ଦିବସକୁ କିପରି ଆହୁରି ଆଦୃତ କରାଯିବ ସେ ନେଇ ଆଲୋକପାତ କରାଯାଇଥିଲା। ତଦ୍ସହିତ ମା ମାନଙ୍କର ସ୍ୱାସ୍ଥ୍ୟ, ସୁରକ୍ଷା ଆଦି ଉପରେ ଆଶାଦିଦି ଉପସ୍ଥିତ ମହିଳାମାନଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଏସଡିଏଫ ବରିଷ୍ଠ ନାଗରିକ କମିଟିର ଅଧ୍ୟକ୍ଷ ସୁରେନ କୁମାର ଗଡ଼ନାୟକ ଯୋଗଦାନ କରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସରକାରୀ ସୁବିଧା ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ସଙ୍ଗଠନର ସମ୍ପାଦକ ବୁଦ୍ଧଦେବ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ରାଜେଶ କୁମାର ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top