ଜିଲ୍ଲା ପରିକ୍ରମା

ଜାତୀୟ କ୍ରୀଡା ଦିବସ ସମାରୋହ ଉଦ୍ ଘାଟିତ

ପୁରୀ:୧/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)- ଝାଡେଶ୍ୱରୀ କ୍ଲବ ଆନୁକୂଲ୍ୟରେ ଚଳିତ ଜାତୀୟ କ୍ରୀଡା ଦିବସ ମହାଆଡମ୍ବର ସହିତ ବୁଧବାର ଦିନ ଉଦ୍ ଘାଟିତ ହୋଇଅଛି। ଏହି ଉପଲକ୍ଷେ ଆୟୋଜିତ ଏକ ସାଇକେଳ ଓ ମୋଟର ସାଇକେଲ ର୍ୟାଲିକୁ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ଏବଂ ଉପଜିଲ୍ଲାପାଳ ଭବତରଣ ସାହୁ ସବୁଜ ପତାକା ଉତ୍ତୋଳନ କରି ଉଦ୍ ଘାଟନ କରିଥିଲେ। ଏହି ର୍ୟାଲି ସକାଳ ଘ. ୭ଟା ୩୦ମିନିଟ୍ ସମୟରେ ଝାଡେଶ୍ୱରୀ କ୍ଲବ ଠାରୁ ବାହାରି ପୁଲିସ ଲାଇନ୍ ଛକ, ଷ୍ଟେସନ ଛକ, ରେଡକ୍ରସ ରୋଡ, ବଡଶଙ୍ଖ ଛକ, ହସ୍ପିଟାଲ ଛକ, ସୁବାଷ ବୋଷ ଛକ, ସିଂହଦ୍ୱାର, ଦୋଳମଣ୍ଡପ ସାହି, ମୋଚିସାହି, ପୌରସଦନ, ହରିହର ଛକ, ମର୍ଚ୍ଚିକୋଟ ଛକ, ସୁବାଷ ବୋଷ ଛକ, ଭିଆଇପି ରୋଡ୍ ଆର୍ୟୁବେଦିକ୍ ଛକ ପରିକ୍ରମା କରି ଝାଡେଶ୍ୱରୀ କ୍ଲବ ପ୍ରାଙ୍ଗଣରେ ପହଞ୍ଚିଥିଲା। ୧୪ରୁ ଅଧିକ କ୍ରୀଡା ଅନୁଷ୍ଠାନକୁ ପ୍ରତିନିଧିତ୍ୱ୧ କରି ପ୍ରବଳ ଉତ୍ସାହ ଓ ଉଦ୍ଦିପନା ପ୍ରଦର୍ଶନ ପୂର୍ବକ ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ କ୍ରୀଡାବିତ୍ ଏହି ବର୍ଣ୍ଣାଢ଼୍ୟ ସମାରୋହରେ ଯୋଗଦାନ କରିଥିଲେ। ପଲିଥିନ୍ ବର୍ଜନ, ଧୂମହୀନ ସଂସାର, ଡ୍ରଗକୁ ପରିତ୍ୟାଗ, ପଲିଥିନ୍ ମୁକ୍ତ ବିଶ୍ୱ, ପ୍ଲାଷ୍ଟିକ ମୁକ୍ତ ପୃଥିବୀ, ବ୍ୟାୟାମ ହିଁ ମହୌସଧି ଇତ୍ୟାଦି ସ୍ଲୋଗାନରେ ବିପୁଳ ଜନ ସଚେତନତା ସୃଷ୍ଟି କରିବା ପାଇଁ ବାତ୍ ର୍ା ର୍ୟାଲିର ପ୍ରମୁଖ ଉଦ୍ଦେଶ୍ୟ ମଧ୍ୟ ଥିଲା। ସାଇକେଲ ର୍ୟାଲି ଶୁଭାରମ୍ଭ ବେଳେ ଅନ୍ୟମାନଙ୍କ ମଧ୍ୟରେ ପାର୍ଥୟ ସାରଥୀ ମହାପାତ. କୃଷ୍ଣଚନ୍ଦ୍ର ପଣ୍ଡା, ପ୍ରୀତମ ଜଗଦେବ, କୃଷ୍ଣଚନ୍ଦ୍ର ଦାସ, ପ୍ରେମାନନ୍ଦ ବେହେରା, ନିତ୍ୟଶ୍ରୀ ଦାସ, ଜିତେନ୍ଦ୍ରନାଥ ଦାସ, ସତିକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍ ଘାଟନୀ ଉତ୍ସବକୁ ପୁରୀ ଜିଲ୍ଲା ସନ୍ତରଣ ସଂଘ ସମ୍ପାଦକ ମଧୁସୂଦନ ମିଶ୍ର ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top