ଜାତୀୟ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଯୋଗିତାରେ ଭଦ୍ରକର ଆୟୁଷଙ୍କୁ ସ୍ୱର୍ଣ୍ଣ

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗତ ୧ ତାରିଖରୁ ୫ ତାରିଖ ମଧ୍ୟରେ ଜାତୀୟ କେନ୍ଦ୍ରୀୟ ବିଦ୍ୟାଳୟ ତାଇକୋଣ୍ଡୋ ପ୍ରତିଯୋଗିତା ଉତ୍ତରପ୍ରଦେଶର ମଥୁରାରେ ଅନୁଷ୍ଠିତ ହୋଇଯାଇଥିଲା। ଓଡିଶା ଭୁବନେଶ୍ୱର ରିଜନରୁ ୧୫ ଜଣ କ୍ରୀଡାବିତ ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ଭଦ୍ରକରୁ ଆୟୁଷ ରାଉତ, ଅଷ୍ଟମ ଶ୍ରେଣୀ, କେନ୍ଦ୍ରୀୟ ବିଦ୍ୟାଳୟ ଭଦ୍ରକରୁ ଅଂଶଗ୍ରହଣ କରିଥିଲେ ଏବଂ ଓଡିଶାର ଭୁବନେଶ୍ୱର ରିଜନ ପାଇଁ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ଏବଂ ଦିଲ୍ଲୀ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ତରଫରୁ ୧୦୦୦୦ ଟଙ୍କାର ଆର୍ଥôକ ପୁରସ୍କାର ପାଇଥିଲେ। ଆୟୁଷଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ପିତାମ୍ବର ଦାସ, ଖେଳ ଶିକ୍ଷକ ନିରଜ କୁମାର ସିଂ ଏବଂ ରାଜ୍ୟ ତାଇକୋଣ୍ଡୋ ସଂଘର କର୍ମକର୍ତ୍ତା ତଥା ଜିଲ୍ଲା ଆମେଚର ତାଇକୋଣ୍ଡୋ ସଂଘର ସଭାନେତ୍ରୀ ରଞ୍ଜିତା ସ୍ୱାଇଁ, ସମ୍ପାଦକ ଚିନ୍ମୟ ବେହେରା, କୋଷାଧ୍ୟକ୍ଷ ସନ୍ଦୀପ ଶଙ୍କର ସ୍ୱାଇଁ, ଉପଦେଷ୍ଟା ଅକ୍ଷୟ ପ୍ରସାଦ ମହାନ୍ତି, ଅଧ୍ୟକ୍ଷ ମାନସ ରଞ୍ଜନ ମହାନ୍ତି, ସହ ସମ୍ପାଦକ ରାଜେନ୍ଦ୍ର ବେହେରା, ଉପସଭାପତି ପ୍ରକାଶଜ୍ୟୋତି ମହାକୁଡ, ଦେବବ୍ରତ ମହାନ୍ତି, ଭଦ୍ରକ ଖେଳ କୋଚ ମନୋଜ କୁମାର ସାହୁ, ଭଦ୍ରକ ଜିଲ୍ଲା ଆମେଚର ସଂଘର କର୍ମକର୍ତ୍ତା ସ୍ୱଦେଶ ରଂଜନ ରାଉତ, ମାନସ ରଂଜନ ରାଉତ, ଜଜାତି କେଶରୀ ମହାନ୍ତି, ହରେକୃଷ୍ଣ ପଣ୍ଡା, ସୁବାସ ଚନ୍ଦ୍ର ହାଜ୍ରା, ଉଦିତ୍ ମହାପାତ୍ର ପ୍ରମୁଖ ବିଶେଷ ଭାବେ ସମ୍ବର୍ଦ୍ଧନା ଜଣାଇଛନ୍ତି। ଆୟୁଷ କିପରି ବିଶ୍ୱ ତାଇକୋଣ୍ଡୋ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବା ପାଇଁ ବିଶେଷ ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ସମ୍ପାଦକ ଶ୍ରୀ ବେହେରା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *