ଜିଲ୍ଲା ପରିକ୍ରମା

ଜାତୀୟସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହରେ ଶ୍ରୋତା ମନ୍ତ୍ରମୁଗ୍ଧ

ରାଉରକେଲା ୯-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ସ୍ଥିତ ବାଟମଙ୍ଗଳା ମନ୍ଦିର ପରିସରରେ ପ୍ରଥମ ଜାତୀୟସ୍ତରୀୟ ସଙ୍ଗୀତ ସମାରୋହ ଉଦଘାଟିତ ହୋଇଯାଇଛି। ଜୟଦେବ କଳାବିକାଶ କେନ୍ଦ୍ର ଓ ଜଗଦା ସାଂସ୍କୃତିକ ମିଳିତ ସହଯୋଗରେ ଏହି ସମାରୋହ ଅନୁଷ୍ଠିତ କରାଯାଇଥିଲା। ଉଦଘାଟନୀ ଉତ୍ସବରେ ଆରଡ଼ିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଯୋଗ ଦେଇ ସଙ୍ଗୀତ ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବାରେ ସାହାଯ୍ୟ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଭାପତି ପିତାମ୍ବର ନାଏକ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ପୂର୍ବତନ ସଭାପତି ଗୁରୁ ରାମହରି ଦାସ ଶାସ୍ତ୍ରୀୟ ସଙ୍ଗୀତ ଉପରେ ଆଲୋକପାତ କରିଥିଲେ। କବି ବ୍ରଜକିଶୋର ଦାସ, ଡ. ସୁଶାନ୍ତ ପାଣି, ମୀନାକ୍ଷୀ ଧର ମଂଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ୩୦ରୁ ଉର୍ଦ୍ଧ ଦଳ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top