‘ଜାତୀୟତା ଧାରା’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭଦ୍ରକ, ୧୬ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ)  : ଜାତୀୟ କବି ବା‚ାନିଧି ମହାନ୍ତି ସ୍ମୃତି ପରିଷଦ ପକ୍ଷରୁ ‘ଜାତୀୟତା ଧାରା’ ଶୀର୍ଷକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ସରକାରୀ ବାଳିକା ହାଇସ୍କୁଲ ପରିସରରେ ଡାକ୍ତର ଦୁର୍ଯେ୍ୟାଧନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉଦ୍ଘାଟକ ଡକ୍ଟର ସନାତନ ମହାନ୍ତି, ମୁଖ୍ୟଅତିଥି ବରିଷ୍ଠ ଆଇନଜୀବୀ ଯତିନ୍ଦ୍ର ମୋହନ ମହାନ୍ତି, ସମ୍ମାନିତ ଅତିଥି ଡକ୍ଟର ଶଶଧର ଦାସ ଓ ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସିଏଚ୍ ବିଜୟଲକ୍ଷ୍ମୀ ପ୍ରମୁଖ ଯୋଗଦେଇ ଜାତୀୟତା ଆନେ୍ଦାଳନର ନେତୃତ୍ୱ ନେଇଥିବା ବା‚ାନିଧି ତାଙ୍କ କବିତା ମାଧ୍ୟମରେ ଜାଗରଣ ସୃଷ୍ଟି କରୁଥିଲେ ବୋଲି କହିଥିଲେ । କବିତା ମଧ୍ୟରୁ ‘କହ କହ କେଉଁ ଜାତି ପାଇଛି ମୁକତି କରି ହୁରି ହାରି ଗୁହାରୀ’, ‘ସ୍ୱାଧୀନ ଭାରତ ସ୍ୱାଧୀନ ଭାରତ ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନରେ’, ‘ହେ ମା’ ଉକ୍ରଳ ଜୟ ମା’ ବନେ୍ଦ’, ‘ଧନଜନ ଯୁକ୍ତା ଭାରତମାତା’ ଆଦି ଚାରୋଟି ସଂଗୀତ ଭଦ୍ରକ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଗାନ କରିଥିଲେ । ଏହା ଛାତ୍ରୀଙ୍କ ଜୀବନକୁ ଗଢି ତୋଳିବ ବୋଲି ଧନ୍ୟବାଦ ପ୍ରସ୍ତାବରେ କୃଷ୍ଣଚନ୍ଦ୍ର ମହାନ୍ତି କହିଥିଲେ । ବିଦ୍ୟାଳୟ ଶିକ୍ଷକ ମନୋଜ କୁମାର ସାହୁ ଓ ସବିତା ଜେନା ଉତ୍ସବ ପରିଚାଳନାରେ ସାହାଯ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *