ଜିଲ୍ଲା ପରିକ୍ରମା

ଜାତି ଧର୍ମ ନାମରେ ୨୦୦୦ରୁ ଉର୍ଦ୍ଧ୍ୱ ଗରିବ ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଞ୍ଚିତ, ପ୍ରତିକାର ବ୍ୟବସ୍ଥା କରାନଗଲେ ଫେବୃୟାରୀ ୨୮ ତାରିଖରେ ଆନ୍ଦୋଳନ ହେବ-ପୂର୍ବତ୍ତନ ସାସଂଦ, ପ୍ରଦୀପ ମାଝୀ

ମାଲକାନଗିରି, ୧୧ା୧(ଓଡିଆ ପୁଅ) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜାତି ବର୍ଣ୍ଣ, ଧର୍ମର ବିଚିତ୍ର ନିତି ନିୟମ ଯୋଗୁଁ ଆଦିବାସୀ ଅଧ୍ୟୁଷିତ ବଣଜଙ୍ଗଲ ଘେରା ମାଓପ୍ରବଣ ମାଲକାନଗିରି ଜିଲ୍ଲାର ପ୍ରାୟ ୨ହଜାରରୁ ଉର୍ଦ୍ଧ୍ୱ ଗରିବ ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଞ୍ଚିତ ହୋଇଛନ୍ତି। ଏହି ପିଲାମାନଙ୍କୁ ଆଦିବାସୀ, ହରିଜନ ଜାତିଗତ ପ୍ରମାଣ ପତ୍ର ଦିଆଯାଉନଥିବାରୁ ସେମନଙ୍କୁ ବିଦ୍ୟାଳୟ ଓ ଛାତ୍ରବାସରୁ କାଢି ଦିଆଯାଇଛି। କେବଳ ହରିଜନ, ଆଦିବାସୀ ଛାତ୍ରଛାତ୍ରୀ ନୁହଁନ୍ତି, ସାଧାରଣ ବର୍ଗର ଗରିବ ପିଲାମାନେ ମଧ୍ୟ ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ପାଠ ପଢିପାରୁ ନାହଁନ୍ତି। ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଛାତ୍ରବାସରେ ସ୍ଥାନ ଦେଇ ମାଗଣାରେ ଶିକ୍ଷାଦନ ବ୍ୟବସ୍ଥା କରାଯାଉ ବୋଲି ପୁବର୍ତ୍ତନ ସାସଂଦ ପ୍ରଦୀପ ମାଝୀ ସମ୍ବାଦିକ ସମ୍ମିଲନୀରେ କହିଛନ୍ତି। ଏହା ବ୍ୟତିତ ସେ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲା ପ୍ରାକୃତିକ ସମ୍ପଦ ଭରପୁର ହୋଇ ରହିଛି। ଏହାର ସୁଫଳ ସ୍ଥାନୀୟ ଗରିବ ଆଦିବାସୀ ପାଇପାରୁନଥିବା ବେଳେ ରାଜ୍ୟ ସରକାର ବିଭିନ୍ନ କମ୍ପାନୀଙ୍କୁ ପ୍ରାକୃତିକ ସମ୍ପଦ ଲୁଟ କରିବାପାଇଁ ସୁଯୋଗ ଦେଇ ଚାଲିଛନ୍ତି। ବିଶେଷ କରି ଚିତ୍ରକୋଣ୍ଡା ଠାରେ ଥିବା ଏସଆର କମ୍ପାନି ମାଲକାନଗିରି ଜିଲ୍ଲା ମଧ୍ୟଦେଇ ଛତିଶଗଡ ବଇଲାଡିଲା ଠାରୁ ପାଇପଲାଇନ ଯୋଗେ ତରଳ ଆଇରନ ଓର ଆନ୍ଧ୍ର ପ୍ରଦେଶ ବିଶାଖା ପାଟଣାକୁ ପଠାଇ ବେସ ଲାଭବାନ ହେଉଛି। ଛତିଶଗଡ ବାସୀଙ୍କ ପାଇଁ ଉକ୍ତ କମ୍ପାନୀ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ କରିଥିବା ବେଳେ ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ସେମିତି କିଛି କାମ କରିନାହିଁ। ଉକ୍ତ କମ୍ପାନୀ ବର୍ଷକୁ ୨୪ହଜାର କୋଟି ଟଙ୍କା ଲାଭକରୁଥିବା ବେଳେ ଜିଲ୍ଲାର ଜଣକୁ ବି କମ୍ପାନିରେ ଚାକିରି ଦେଇ ନାହିଁକି ଜିଲ୍ଲାପାଇଁ କିଛି ଉନ୍ନୟନ କାର୍ଯ୍ୟକରିନାହିଁ, ଠିକ ସେହିପରି ଗୋବିନ୍ଦପାଲ୍ଲୀ ଘଟି ନିକଟରେ ଥିବା ସପ୍ତଧାରା ନଦୀଉପରେ ଅବନ୍ତୀକା ନାମକ ଏକ କମ୍ପାନୀ ସେଠାରେ ଜଲବିଦ୍ୟୁତ ପ୍ରକଳ୍ପ କରି ୧୫ମେଗା ୱାଟ ବିଦ୍ୟୁତ ଉତ୍ପନ୍ନ କରିବା ପାଇଁ ଯୋଜନା ରଖିଛି। ଏଥିରେ ପାରିପାର୍ଶିକ ପରିବେଶ ଓ ସ୍ଥାନୀୟ ଜନସାଧାରଣଙ୍କ ଉନ୍ନତି ପାଇଁ କିଛି ବ୍ୟବସ୍ଥା କରି ନଥିବାରୁ ଏହାକୁ ମାଲକାନଗିରି ଜିଲ୍ଲା କଂଗ୍ରସ ଦଳ ବିରୋଧ କରି ଆଜି ସ୍ଥାନୀୟ ସର୍କିଟି ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ରାଜ୍ୟ ସରକାର ଯଦି ଉକ୍ତ କମ୍ପାନିଙ୍କୁ ସୁଯୋଗ ଦିଅନ୍ତି ତେବେ ଜିଲ୍ଲାର ଉନ୍ନତି ପ୍ରତି ଗରୁତ୍ୱ ଦେବା ଦରକାର, କମ୍ପାନି ଦେଉଥିବା ରାଜ୍ୟ ସରକରଙ୍କୁ ରୟାଲଟିର ୫୦ପ୍ରତିଶତ, କମ୍ପାନୀର ଲାଭଶଂର ୫୦ପ୍ରତି ଶତ ଜିଲ୍ଲା ପ୍ରଶାସନକୁ ଦେବେ, ସେହି ଅର୍ଥର ଅବହେଳିତ ଖଇରପୁଟ, ଚିତ୍ରକୋଣ୍ଡା ବ୍ଲକ ବାସିଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଜଳ ସେଚନ, ରାସ୍ତା, ସିହତ ଜିଲ୍ଲାର ଅନ୍ୟାନ ସ୍ଥାନରେ ଉନ୍ନୟନ କାର୍ଯ୍ୟ କରାଯିବ, ଏହି ଚୁକ୍ତି ନାମାରେ କମ୍ପାନୀ ଏକ ମତ ନ ହେଲେ କମ୍ପାନିର କାର୍ଯ୍ୟକୁ ବନ୍ଦ କରିଦିଆ ଯିବ, ଉକ୍ତ କମ୍ପାନୀ ତୁରନ୍ତ ଜିଲ୍ଲାବାସୀଙ୍କ ପାଇଁ କିଛି ଉନ୍ନତି ମୁଳକ କାର୍ଯ୍ୟ ନକଲେ ଫେବୃୟାରୀ ମାସ ୨୮ ତାରିଖରେ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାରେ ଗଣ ଆନ୍ଦୋଳନ କରାଯିବା ସହ ଏସଆର କମ୍ପାନୀର ସ୍ଲୋରିକୁ ବନ୍ଦ କରି ଦିଆଯିବ ବୋଲି କଂଗ୍ରେସ ଦଳର ପୂର୍ବତନ ସାସଂଦ ପ୍ରଦୀପ ମାଝୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ବୈଠକରେ ଜିଲ୍ଲା କଂଗ୍ରେସ ଦଳର ସଭାପତି ଗୋବିନ୍ଦ ପାତ୍ର, ବରିଷ୍ଟ କଂଗ୍ରେସ ନେତା ରାମ ପ୍ରସାଦ ପଟ୍ଟନାୟକ, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲାମାଢି, ଯୁବ କଂଗ୍ରେସ ସଭାପତି ଚିତ୍ତ ପଟନାୟକ, ମହିଳା କଂଗ୍ରେସ ସଭାନେତ୍ରୀ କମଳା ବରାଳ, ପର୍ଶୁରାମ ଭକ୍ତ, ପ୍ରମୁଖ କଂଗ୍ରେସ ନେତା ଓ କର୍ମୀମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top