ଗଞ୍ଜାମ

ଜାତିୟ ରାଜପଥ ନଂ-୫୯ ବାଲିସିରା ମୁଖ୍ୟ ରାସ୍ତାରେ ଯୁବକର ମୃତ ଦେହ ଉଦ୍ଧାର

ଆସିକା :୦୯/୧୧ (ଓଡ଼ିଆ ପୁଅ/ଲଡୁ କିଶୋର ଦାସ) ଆସିକା ନିକଟ ବାଲିସିରା ଜାତୀୟ ରାଜପଥ ନଂ-୫୯ରେ ଜଣେ ଯୁବକର ମୃତ ଦେହକୁ ପୋଲିସ ଉଦ୍ଧାର କରିଥିବା ଜଣାଯାଇଛି । ବାଲିସିରା ଏଚଡିଏଫସି ବ୍ୟାଙ୍କ ନିକଟ ଜାତୀୟ ରାଜପଥ ରାସ୍ତା କଡରେ ଜଣେ କ୍ଷତବିକ୍ଷତ ଯୁବକର ମୃତ୍ୟୁ ଦେହ ପଡିରହିଥିଲା । ତେବେ ମୃତ ଯୁବକର ନାମ ପ୍ରଥମେ ଜଣାପଡିନ ଥିବା ବେଳେ ଦିନ ପ୍ରାୟ ୯ଟା ବେଳେ ଏହାର ପରିଚୟ ଜଣାପଡିଥିଲା । ମୃତ ଯୁବକ ବଡଗଡ ଥାନା ଓଳମ୍ବା ଗ୍ରାମର ଲିଙ୍ଗା ନାହାକର ଦ୍ୱିତୀୟ ପୁତ୍ର କେଶବ ନାହକ ବୋଲି ଜଣାପଡିଥିଲା । ମିଳିଥିବା ସୂଚନା ଅନୁଯାୟୀ ସେ ଗତକାଲି ମାଇଁ ସ୍ୱପ୍ନା ନାହାକଙ୍କ ସହ ଅପରାହ୍ନ୪ଟା ବେଳେ ନିଜ ଗ୍ରାମ ଓଳମ୍ବାରୁ ବସ ଯୋଗେ ବାଲିସିରାରେ ଯାଇଥିଲେ । ବାଲିସିରା ନିକଟ ଲଣ୍ଡାଜୁଆଳି ଗ୍ରାମ ନିଜ ଜ୍ୱାଇଁ ନାରାୟଣ ନାହାକ ଘରକୁ ଯାଇଥିଲେ । ନିଜ ଭଉଣିର ପ୍ରସବ ନିମନ୍ତେ ନିଜ ଗ୍ରାମ ଓଳମ୍ବାକୁ ଭଉଣିକୁ ନେବା ପାଇଁ ମୃତ କେଶବ ନାହକ ଜ୍ୱାଇଁ ଘରକୁ ଆସିଥିଲେ । ଏହାପରେ ସେ ନିକଟ ବାଲିସିରା ଛକକୁ ଯାଇ ମାଉସି ଘର ଖୁଟୁଂଖୁଟାଂ ଗ୍ରାମକୁ ଯିବା ପାଇଁ କହିଥିଲେ । ଏହାପର ବାଲସିରା ଛକରେ ପ୍ରଚୁର ପରିମାଣରେ ମଦ୍ୟପାନ କରିଥିଲୋ । ଏହାସହ ରାତି ପ୍ରାୟ ୧୧ଘଣ୍ଟା ସମୟ ପର୍ଯ୍ୟନ୍ତ ମଦ୍ୟ ପିଇ ମାତାଲ ଅବସ୍ଥାରେ ବୁଲୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଥିଲା । କୈାଣସି ଅଜଣା ଗାଡି କେଶବକୁ ଧକ୍କା ଦେବା ଫଳରେ କେଶବ ମୃତ ହୋଇଥିବା ଅନୁମାନ କାରାଯାଉଛି ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି । ପୋଲିସ ଖବର ପାଇ ଘଟଣା ସ୍ଥଳରୁ ମୃତ କେଶବର ଶବକୁ ଜବତ କରି ଶବ ବ୍ୟବଚ୍ଚେଦ ପାଇଁ ଆସିକା ମେଡିକାଲକୁ ପଠାଇଥିଲେ । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ଜଣାଯାଇଛି । ଶବ ବ୍ୟବଚ୍ଚେଦ ପରେ ପରିବାର ଲୋକଙ୍କୁ ମୃତ କେଶବର ଶବକୁ ହସ୍ତାନ୍ତର କରିଥିବା ଜଣାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top