ଜାତିରପିତା ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଉପଲକ୍ଷେ ନିରବ ପ୍ରାର୍ଥନା

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ଜିଲ୍ଳାପାଳ ଜ୍ଞାନଦାସଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜାନୁୟାରୀ ୩୦ ତାରିଖ ଜାତିରପିତା ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଉପଲକ୍ଷେ ଦୁଇମିନିଟ୍ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡ଼େପୁଟି କଲେକ୍ଟର (ଜରୁରୀ) ଜୟଶ୍ରୀ ସେନାପତି, ସହକାରୀଜିଲ୍ଲାପାଳ ସୌମ୍ୟଶ୍ରୀ ପାଣିଗ୍ରାହୀ, ଭୋଳାନାଥ ବେହେରା, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲଖଚନ୍ଦ୍ର ବେହେରା, ଜିଲ୍ଳାପାଳଙ୍କ ବ୍ୟକ୍ତିଗତ ସହାୟକ ପ୍ରଦୀପ୍ତ କୁମାର ବାଗ୍ ସମେତ ସମସ୍ତ କର୍ମଚାରୀମାନେ କୋଷ୍ଠରୋଗ ସଚେତନତା ପାଇଁ ଶପଥପାଠ କରିବା ସହ ମହାପ୍ରୟାଣ ଦିବସ ଉପଲକ୍ଷେ ଦୁଇମିନିଟ୍ ନିରବପ୍ରାର୍ଥନା କରିଥିଲେ। ମହାତ୍ମଗାନ୍ଧୀଙ୍କର କୁଷ୍ଠମୁକ୍ତ ଭାରତ ଗଠନ ପାଇଁ ସ୍ୱପ୍ନ ଥିଲା। ଗ୍ରାମସଭାରେ କୃଷ୍ଣରୋଗ ସମ୍ବନ୍ଧରେ ଆଲୋଚନା କରନ୍ତୁ। କୃଷ୍ଣପୀଡ଼ିତ ରୋଗୀଙ୍କୁ ଘୃଣା ନକରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାନ୍ତୁ ବୋଲି ଗାନ୍ଧୀଜି କହୁଥିଲେ।

Leave a Reply

Your email address will not be published. Required fields are marked *