ଜାତିଭିତ୍ତିକ ସଂରକ୍ଷଣ ଉଛେଦ ଦାବିରେ ଦେବଗଡଠାରେ ବୈଠକ ଅନୁଷ୍ଠିତ

ଦେବଗଡ ୧୫/୪/୧୮(ଓଡ଼ିଆ ପୁଅ/ପ୍ରଶାନ୍ତି ଭୁକ୍ତା):-ଦେବଗଡ ଜିଲା ସଦର ମହକୁମା ଠାରେ ଜେନେରାଲ୍ ଓଡ଼ିଆ ଏବଂ ଓବିସି ବର୍ଗର ଲୋକଙ୍କ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେବଗଡ ଜିଲାର ବହୁ ସଂଖ୍ଯକ ବରିଷ୍ଠ ନାଗରିକ ଓ ଯୁବକ ଯୋଗଦାନ କରିଥିଲେ। ଏହି ବୈଠକରେ ସମସ୍ତେ ସରକାରଙ୍କ ବୈମାତୃକ ମନୋଭାବ ପୋଷଣକୁ ବିରୋଧ କରି ଏହା ବିରୋଧରେ ସ୍ଵର ଉତ୍ତୋଳନ କରିଥିଲେ। ଏହି ବୈଠକରେ ଦେବଗଡ ସହରର ବୟସ୍କ ବ୍ୟକ୍ତି ମାର୍କଣ୍ଡେଶ୍ଵର ଶତପଥୀ, ପ୍ରଫୁଲ୍ଲ ମହାପାତ୍ର, ଅବସର ପ୍ରାପ୍ତ ଶିକ୍ଷକ ସୁଦର୍ଶନ ଦାସ, ବିଷ୍ଣୁ ସାହୁ, ମିତ୍ରଭାନୁ ମହାପାତ୍ର ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *