ଜାତିଭିତିକ ସଂରକ୍ଷଣ ବ୍ୟବସ୍ଥାର ପ୍ରତିବାଦ:ଗାନ୍ଧିମୂର୍ତିୀ ନିକଟରେ ସର୍ବୋଦୟ କମିଟିର ଧାରଣା

ପୁରୀ, ୧୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଦେଶରେ ଜାତିଭିତିକ ସଂରକ୍ଷର ବ୍ୟବସ୍ଥାର ପ୍ରତିବାଦରେ ମଙ୍ଗଳବାର ବୈାଦ୍ଧିକ ସମାବେଶ ସହ ଭାରତବନ୍ଦର ଡାକରା ଦିଆଯାଇଥିବା ବେଳେ ଏହାକୁ ପ୍ରତିକାତ୍ମକ ସମର୍ଥନ ଜଣାଇ ଗାନ୍ଧୀଘାଟିରେ ଧାରଣା ଅନୁଷ୍ଠିତ ହୋଇଯାଇଛି। ନିଖିଳ ଉତ୍କଳ ବ୍ରାହ୍ମଣ ମହାସଭା, ଓଡିଆ ବ୍ରାହ୍ମଣ ସମାଜ ଓ ସର୍ବୋହୟ ମେଳା କମିଟି ପକ୍ଷରୁ ଗାନ୍ଧୀ ମୂର୍ତି ନିକଟରେ ଏହି ଧାରଣା ଦେବା ସହ ଦାବିରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଭାରତ ବର୍ଷରେ ଆରକ୍ଷଣ ବ୍ୟବସ୍ଥା ସଂପୂର୍ଣ୍ଣ ବନ୍ଦ କରିବା ସହ ସମ୍ବିଧାନର ସମାନତାରେ ଅଧିକାରକୁ ବଜାୟ ରଖିବାକୁ ଦାବି କରିଛନ୍ତି ସଂଗଠନ। ରାଜନୈତିକ ଦଳ ଗୁଡିକ ସ୍ୱାର୍ଥ ପାଇଁ ସଂରକ୍ଷର ବ୍ୟବସ୍ଥା ଲାଗୁ କରି ଫାଇଦା ଦେବାକୁ ଚାହୁଁଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ଏଭଳି ବ୍ୟବସ୍ଥାକୁ ତୁରନ୍ତ ଉଚ୍ଚେଦ କରିବା ସହ ସମସ୍ତଙ୍କ ପାଇଁ ସମାନ ବ୍ୟବସ୍ଥା ପାଇଁ ସଂଗଠକ ଦାବି କରିଛି। ସର୍ବୋଦୟ ମେଳା କମିଟି କାର୍ଯ୍ୟକାରୀ ସଭାପତି ଉମାବଲ୍ଲଭ ମିଶ୍ର, ସଂପାଦକ ଶିବପ୍ରସାଦ ମିଶ୍ର, ନିଖିଳ ଉତ୍କଳ ବ୍ରାହ୍ମଣ ମହାସଭାର ସଭାପତି ମହେଶ ପ୍ରସାଦ ରଥ, ବିଚିତ୍ର ରଂଜନ ମହାପାତ୍ର, ଦେବାଶିଷ ପାଣ୍ଡେ, ନବକିଶୋର ଶତପଥୀ, ରାମଚନ୍ଦ୍ର ମିଶ୍ର, ନୃସିଂହ ମିଶ୍ର ପ୍ରମୁଖ ଏହି ଧାରଣାରେ ସାମିଲ ହୋଇ ଜାତିଭିତିକ ସଂରକ୍ଷଣ ବ୍ୟବସ୍ଥାର ତୀବ୍ର ପ୍ରତିବାଦ କରିଥିଲେ।

Leave a Reply

Your email address will not be published. Required fields are marked *