ଜିଲ୍ଲା ପରିକ୍ରମା

ଜାତିଗତ ପ୍ରମାଣପତ୍ର ମିଳିନଥିବାରୁ ଶତାଧିକ ପିଲା ପାଠପଢାରୁ ବଚିଂତ ହୋଇ ସରପଚଂଙ୍କୁ ଦାୟୀକରି ଜିଲ୍ଲା ପାଳଙ୍କୁ ଭେଟିଲେ ଛାତ୍ର ଛାତ୍ରୀ

ମାଲକାନଗିରି,୨୫ା୬ (ଓଡିଆ ପୁଅ )  ଗରିବ ଆଦିବାସୀ ମାନଙ୍କ ଉନ୍ନତି ଓ ଶିକ୍ଷାର ଅଗ୍ରଗତି ପାଇଁ କେନ୍ଦ୍ର ଓ ରାଜ୍ୟସରକାର ଅନେକ ପ୍ରକାର ଯୋଜନା କରୁଛନ୍ତି ହେଲେ ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ପଚାଂୟତସ୍ଥ ପୁରଣାଗୁମ୍ମା ଗ୍ରାମରେ ବସବାସକରୁଥିବା  ହରିଜନ ଓ ଦିଦାୟୀ ଆଦିବାସୀ ସଂପ୍ରଦାୟର ଙ୍କ ଜାତିଗତ,ସ୍ଥାୟୀବାସିନ୍ଦା,ଆୟ ପ୍ରମାଣପତ୍ର ନଥିବାରୁ ଶତାଧିକ ପିଲାମାନେ ଶିକ୍ଷାଦନରୁ ବଚିଂତ ହେଉଛନ୍ତି  ଏଥିପାଇଁ ସ୍ଥାନୀୟ ସରପଚଂ ଙ୍କୁ ଦାୟୀ କରି ଜିଲ୍ଲାପାଳ ଙ୍କୁ ଭେଟି ଦରଖାସ୍ତ ଦେଇଛନ୍ତି ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ମାନେ , ମାଲାକନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ କୁଡୁମୁଲୁଗୁମ୍ମା ପଚାଂୟତର ପୁରୁଣାଗୁମ୍ମା ଗ୍ରାମ ଟି ରେ ଅନେକ ବର୍ଷହେଲା ପ୍ରାୟ ୮୬ ରୁ ଉର୍ଦ୍ଦ ହରିଜନ ଓ ଦିଦାୟୀ ସଂପ୍ରଦାୟର ଆଦିବାସୀ ମାନେ ବସବାସ କରିଆସୁଛନ୍ତି । ସେମାନଙ୍କର ଭୋଟର,ଆଧାରକାର୍ଡ ପରିଚୟ ପତ୍ର ଥିଲେ ବି ସେମାନଙ୍କ ନାମରେ ଘରଡିହ କିମ୍ବା ଜମିବାଡିର ପଟାପାଉତି ନଥିବାରୁ ଆଦିବାସୀ ଓ ହରିଜନ ଜାତିଗତ,ସ୍ଥାୟୀବାସିନ୍ଦା, ଆୟ ପ୍ରାମାଣ ପତ୍ର ତହସିଲରୁ ମିଳିବାକୁ ହେଲା ସ୍ଥାନୀୟ ସରପଚଂ ଙ୍କ ସୁପାରିସ ର ଆବସ୍ୟକତା ପଡିଥାଏ । ହେଲେ ଗୁମ୍ମାପଚାଂୟତ ସରପଚଂ ପହଲୀ ପାଙ୍ଗି ଓ ତାଙ୍କ ସ୍ୱାମୀ ଗୋପିପାଙ୍ଗି ପୁରଣାଗୁମ୍ମା ଗ୍ରାମବାସୀ ଙ୍କୁ କୌଣସି ସୁରାରିଶ କରାଯିବନାହିଁ କି କୌଣସି ପ୍ରମାଣପତ୍ର ଦିଆ ଯିବନାହିଁ ବୋଲି ରୋକ ଠୋକ ଭାବେ ମନାକରିଦେବାରୁ  ପାଠପଢୁଥିବା ଛାତ୍ର ଛାତ୍ରୀ ମାନେ କଲେଜ ଓ ହାଇସ୍କୁଲରେ ନାମ ଲେଖାଇ ପାରୁନାହାନ୍ତି । ସରପଚଂଙ୍କ ପାତର ଅନ୍ତର ନିତି ଯୋଗୁ ଏହି  ଗ୍ରାମ ବାସୀଙ୍କ ପାଇଁ ମିଳୁଥିବା  ସରକାରି ଯୋଜନାରେ ସେମାନେ ସାମିଲ ହୋଇପାରୁ ନହାଁନ୍ତି,ଯେନତେନ କଲୁବୃତି କରି ଚଳିଯାଉ ଥିବାବେଳେ ସେମାନଙ୍କ ପିଲାମାନଙ୍କ ପାଠପଡିବା ପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଜାତିଗତ ପ୍ରମାଣ ପତ୍ରର ଆବସ୍ୟକତା ପଡୁଥିବାରୁ ଅନେକ ପିଲା ପାଠପଢାରୁ ବଚିଂତ ହୋଇ ଗାଇ ଗୋରୁ ଚରାଇବାସହ କୁଲିବୃତି ଲାଗୁଥିବାର ଦେଖା ଯାଉଛି । ଆଉକିଛି ପିଲା ସପ୍ତମ,ଅଷ୍ଟମ ଓ ଦଶମ ଶ୍ରେଣୀ , ଯୁକ୍ତଦୁଇ ,ଯୁକ୍ତତିନି ରେ ନାମଲେଖାଇବା ପାଇଁ ବିଭିନ୍ନ ପ୍ରମାଣ ପତ୍ରର ଆବସ୍ୟକତା ପଡୁଛି । ଏବେ ଗରିବ ପିଲାମାନଙ୍କୁ ଛାତ୍ର ବାସରେ ଛାଡିବା ନିମନ୍ତେ ଆଦିବାସୀ ଜାତିଗତ ପ୍ରମାଣପତ୍ରର ଆବସ୍ୟକ ପଡୁଛି,ତେଣୁ ଆଜି ପୁରଣାଗୁମ୍ମା ଗ୍ରାମର ଶତାଧିକ ମହିଳା ଓ ପୁରୁଷ, ଛାତ୍ର,ଛାତ୍ରୀ ମାନେ ମାଲାକନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କୁ ଭେଟି ଦରଖାସ୍ତ ଦେଇଥିଲେ । ଜିଲ୍ଲାପାଳ ଦରଖାସ୍ତ ଗ୍ରହଣ କରି  ଏ ସଂପର୍କରେ ତଦନ୍ତ କରିବା ପରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top