ଜାତିଗତ ପ୍ରମାଣପତ୍ର ଧାର୍ଯ୍ୟ ସମୟ ମଧ୍ୟରେ ପ୍ରଦାନକରି ନ ପାରିବାରେ ଖଇରା ତହସିଲ ଏକ ନମ୍ବର

(ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଓ ବିଇଓ କାର୍ଯ୍ୟାଳୟର ସରକାରଙ୍କ ଆଇନକୁ ଅବମାନନା )

ଖଇରା, ୧୫/୪(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଓଡିଶା ସରକାର ୧୧.୬.୨୦୧୭ ମସିହାରେ ଘୋଷଣା କରିଥିଲେ ଯେ ସ୍କୁଲରେ ମିଳିବ ଜାତିଗତ(ଏସସି.ଏସଟି)ଶ ପ୍ରମାଣପତ୍ର। ସେଥିପାଇଁ ସମସ୍ତ ପ୍ରକାର ଦାୟିତ୍ୱ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସରକାର ଅର୍ପଣ କରିଥିଲେ। ଜଣେ ସରକାରୀ ଚାକିରିଆଙ୍କୁ ସରକାରଙ୍କ ଆଦେଶତ ମାନିବାକୁ ପଡିବ ନିଶ୍ଚୟ। କାଳବିଳମ୍ବ ନ କରି ପ୍ରତି ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀମାନେ ଲାଗିପଡିଲେ ଜାତିଗତ ପ୍ରମାଣପତ୍ର ବାହାର କରିବାରେ। ୫ମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏଁ ହରିଜନ ଆଦିବସୀ ବର୍ଗର(ଏସ.ସି ଓ ଏସ.ଟି)ପିଲା ମାନଙ୍କୁ ୬୭ଟଙ୍କା ବିନିମୟରେ ସ୍କୁଲ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କଠାରୁ ମିଳିବ ଜାତିଗତ ପ୍ରମାଣପତ୍ର ଯାହା ରାଜ୍ୟ ସରକାର ୨୦୧୭ ମସିହାରେ ଘୋଷଣା କରିଥିଲେ। ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା ଆବଶ୍ୟକତାଠାରୁ କମ୍ ଥିଲାବେଳେ ପୁଣି ଜାତିଗତ ପ୍ରମାଣପତ୍ରର ବୋଝ ସେତେବେଳେ ଶିକ୍ଷକମାନଙ୍କୁ ବ୍ୟଥିତ କରିପକାଇଥିଲା। ତଥାପି ଶିକ୍ଷକମାନେ ସ୍କୁଲରେ ପଢୁଥିବା ପିଲାଙ୍କଠାରୁ ସେମାନଙ୍କର ଘରବାରି ପତ୍ତାଠାରୁ ଆରମ୍ଭକରି ଆବଶ୍ୟକୀୟ କାଗଜପତ୍ର ସଂଗ୍ରହ ଓ ସଂଲଗ୍ନ କରି ଫର୍ମ ପୂରଣ କରି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ(ସିଆରସିସି)ଙ୍କୁ ପ୍ରଦାନ କରିଥିଲେ। ଯୁଦ୍ଧକାଳିନ ଭତ୍ତିରେ ସେହି ବର୍ଷ ଜୁନ୍ ଜୁଲାଇ ମାସରେ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦ୍ୱାରା ଜମାକରାଯାଇଥିଲା। କିନ୍ତୁ ବଡ ଦୁଃଖର ବିଷୟ ଏହିକି ଯେ୨୦୧୭-୧୮ମସିହାର ଶିକ୍ଷା ବର୍ଷ ଗତ ମାର୍ଚ୍ଚ ମାସ ୩୧ ତାରିଖରେ ସରିଗଲା କିନ୍ତୁ ପିଲାଙ୍କୁ ମିଳିପାରିଲା ନାହିଁ ଜାତିଗତ ପ୍ରମାଣ ପତ୍ରଟିଏ। ଯଦି ସରକାରଙ୍କ ଠାରୁ ଅନୁମତି ପାଇଖୋଲାଯାଇଥିବା ଜନସେବା କେନ୍ଦ୍ରରେ ଅଭିଭାବକମାନେ ସିଧାସଲଖ ଭାବେ ପ୍ରାୟ୧୦୦ ଟଙ୍କା ଦେଇଥାଆନ୍ତେ ସେମାନଙ୍କୁ ପ୍ରାୟ ୪ ରୁ ୫ଦିନ ମଧ୍ୟରେ ଜାତିଗତ ପ୍ରମାଣପତ୍ର ପାଇପାରିଥାଆନ୍ତେ। ଏ ବାବଦରେ ପିଲାଙ୍କର ପିତାମାତାମାନେ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପ୍ରମାଣ ପତ୍ର ବାବଦରେ ପଚାରିବାରୁ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀମାନେ ରୋକଠୋକ୍ ଭାବରେ ମନାକରିଛନ୍ତି ପ୍ରମାଣପତ୍ର ଓ ନେଇଥିବା ଟଙ୍କା ଫେରାଇବାକୁ। କାରଣ ଫର୍ମ ସହିତ ଟଙ୍କା ଯେହେତୁ ଆମେ ଜମା କରିଦେଇଛୁ ତେଣୁ ଆମ ପକ୍ଷେ ଫେରାଇବା ସମ୍ଭବ ନୁହେଁ ବୋଲି ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀମାନେ ପ୍ରକାଶ କରିଛନ୍ତି। ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଓ ବିଇଓ ଖଇରା କାର୍ଯ୍ୟାଳୟରଏପରି ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା ଯୋଗୁଁ ନୀରିହ ପିଲାମାନଙ୍କର ଭବିଶ୍ୟତ ଅନ୍ଧକାର ମଧ୍ୟକୁ ଠେଲିହୋଇଯାଇଛି।ଏ ପରି ଘଟଣା ଦେଖାଦେଇଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ବିନ୍ନ ଶିକ୍ଷାନୁଷ୍ଠାନଗୁଡିକରେ। ଅଭିଭାବକ ଓ ପ୍ରଧାନଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ମହଲରେ ପ୍ରକାଶ ପାଇଥିବା କ୍ଷୋଭକୁ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି କରାଯାଉଛି।

Leave a Reply

Your email address will not be published. Required fields are marked *