କବିତା

– ଜହ୍ନ ଓ ମୁଁ –

– ଜହ୍ନ ଓ ମୁଁ –
ଡଃ:ଚିନ୍ମୟୀ ମହାପାତ୍ର

କାଲି ପୂର୍ଣ୍ଣମୀ ନଥିଲା
ଆଜି ପୂର୍ଣ୍ଣମୀ
କିନ୍ତୁ ଗୋଟେ ଦିନ ପୂର୍ବରୁ ମଧ୍ୟ
ଜହ୍ନ ରୂପ ଲାବଣ୍ୟ ରେ
ପୂର୍ଣ୍ଣମୀ ଠାରୁ କିଛି ଉଣା ଲାଗୁ ନଥିଲା
ସେ ସମ୍ପୂର୍ଣ ମୋହାଛନ୍ନ କରିବାର ରୂପର ପସରା ମେଲି ଦେଇଥିଲା

ଜହ୍ନ ସାଙ୍ଗରେ କିଛି ସମୟ ବିତେଇବାକୁ ଭାବିଲା ବେଳକୁ
ଜହ୍ନ ଦିଗବଳୟର ଉପରକୁ ଚାଲି ଯାଇଥିଲା
ମୁଁ ରୁମକୁ ଆସିଲି
ଝରକା ଖୋଲିଦେଲି
ଝରକାଏ ଜହ୍ନ ଆଲୁଅ ବିଛଣା ଉପରେ ବିଛେଇ ହୋଇପଡିଲା
କେବଳ ଜହ୍ନ ଆଲୁଅକୁ ଏକଲା ପାଇବା ପାଇଁ ଲାଇଟ ବନ୍ଦ କରିଦେଲି
କୋଠରୀ ଭିତରେ କେବଳ ଜହ୍ନ ଆଲୁଅ ଆଉ ସେଥିରେ ଭିଜୁଥିବା ମୁଁ
ତାର ଶୀତଳ ସ୍ପର୍ଶରେ ମୁଁ ମହବିଷ୍ଟ ଥିଲି ଆଉ ଝରକା ବାଟେ ଦେଖୁଥିଲି ବାହାରକୁ

ଭାବୁଥିଲି ଜହ୍ନ କାହିଁକି ଆକୃଷ୍ଟ କରେ
ଆଉ ଭାବୁଥିଲି ଜହ୍ନ ବୋଧେ ଭଲ ପାଇବାରେ
ଏଭଳି ଭାବରେ ଭରି ଯାଇଛି ଯେ
ସେ ପ୍ରେମକୁ ନିଜ ଭିତରେ ସୀମିତ ରଖି ପାରୁନି

ସେ ପ୍ରେମ ତାର ମହାଛନ୍ନ କିରଣ ଭାବରେ ଧରିତ୍ରୀ ଉପରେ
ଝରି ପଡୁଛି
ସେଥିରେ ଭିଜୁଛନ୍ତି ଗଛଲତା ଓ ସାରା ପୃଥିବୀ
ଦେଖୁଥିଲି ଚନ୍ଦ୍ କିରଣ କିଭଳି ଭାବରେ ଓଦା କରିଦେଉଛି
ମୋ ବଗିଚାରେ ଫୁଟିଥିବା ପ୍ରିୟ ଗୋଲାପ ମାନଙ୍କୁ
ଓ ନଡ଼ିଆ ଗଛଟା
ସମ୍ପୂର୍ଣ ରୂପେ ଓଦା ହୋଇ ଯାଇଛି ଜନ୍ହ ଆଲୋକରେ
ପତ୍ରରୁ ମଧ୍ୟ ଟପ ଟପ ଝରି ପଡୁଛି ଜନ୍ହ ଆଲୋକ

ମହାଛନ୍ନ ଅବସ୍ଥାରେ ମୁଁ ଜହ୍ନକୁ ଦେଖୁ ଦେଖୁ ରାତି ଢେର ହୋଇ ଯାଇଥିଲା
ଜହ୍ନକୁ ଆଉ ତାକୁ ନେଇ ହସି ଉଠୁଥିବା ଆକାଶକୁ Goodnight କରି ଶୋଇପଡ଼ିଲି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top