ଓଡ଼ିଶା

ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୁଦ୍ଧରେ କଂଗ୍ରେସ ଓ ଏହା ସହିତ ଆଉ କିଛି ଦଳ ମହା ଅଭିଯୋଗ ପ୍ରସ୍ତାବ ଆଣି ବହିଷ୍କାର ପାଇଁ ପ୍ରୟାସ କରିବା ସଂପୂର୍ଣ ଦୁର୍ଭାଗ୍ୟଜନକ – ଧର୍ମେନ୍ଦ୍ର ପ୍ରଧାନ

– ୨୦୧୯ ମସିହା ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଆସନ୍ତା ପରାଜୟକୁ ପାଖରେ ଦେଖି ଭାରତର ବିଚାର ବ୍ୟବସ୍ଥା ଉପରେ ମଧ୍ୟରେ କଂଗ୍ରେସ ଅନାସ୍ଥା ବ୍ୟକ୍ତ କରୁଛି।
– କଂଗ୍ରେସ ଦଳ ସବୁବେଳେ ନିଜର ପସନ୍ଦକୁ ଜାହିର କରିବାରେ ବିଫଳ ହେଲେ ଅବିଶ୍ବାସର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରିବାର ଏକ ଲମ୍ବା ଇତିହାସ ରହିଛି
– ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୁଦ୍ଧରେ ମହାଭିଯୋଗ ଆଣୁଥିବା କଂଗ୍ରେସ ଦଳର ଆଭିମୁଖ୍ୟ। ସବୁବେଳେ ଓଡିଶା ବିରୋଧୀ ରହିଛି
– କେନ୍ଦ୍ରରେ ଦୀର୍ଘ ଦଶନ୍ଧି ଶାସନରେ ଥୁବା କଂଗ୍ରେସ ଦଳ ସରକାର ବାରମ୍ବାର ଓଡିଶାକୁ ଅଣଦେଖା କରି ରାଜ୍ୟକୁ ତାର ହକ୍ ଦେଇ ନାହିଁ

ନୂଆଦିଲ୍ଲୀ, ଭୁବନେଶ୍ବର, ୨୧ ଏପ୍ରିଲ (ଓଡ଼ିଆ ପୁଅ) – ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୁଦ୍ଧରେ କଂଗ୍ରେସ ଓ ଏହା ସହିତ ଆଉ କିଛି ଦଳ ମହା ଅଭିଯୋଗ ପ୍ରସ୍ତାବ ଆଣି ବହିଷ୍କାର ପାଇଁ ପ୍ରୟାସ କରିବା ସଂପୂର୍ଣ ଦୁର୍ଭାଗ୍ୟଜନକ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

୨୦୧୯ ମସିହା ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଆସନ୍ନ ପରାଜୟକୁ ପାଖରେ ଦେଖି ଭାରତର ବିଚାର ବ୍ୟବସ୍ଥା ଉପରେ ମଧ୍ୟରେ କଂଗ୍ରେସ। ଅନାସ୍ଥା ବ୍ୟକ୍ତ କରୁଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ କରି ଏହା କହିଛନ୍ତି।

ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଟ୍ୱିଟ କରି କହିଛନ୍ତି ଯେ ଜଷ୍ଟିସ ଦୀପକ ମିଶ୍ରଙ୍କର ନିରପେକ୍ଷତା ଓ ଆଇନଗତ ଦକ୍ଷତା ନେଇ ପ୍ରଶ୍ନ କରାଯାଇ ନ ପାରେ। ସେ କହିଛନ୍ତି ଯେ ” କଂଗ୍ରେସ ଦଳ ସବୁବେଳେ ନିଜର ପସନ୍ଦକୁ ଜାହିର କରିବାରେ ବିଫଳ ହେଲେ ଅବିଶ୍ୱାସର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରିଥାଏ। ଏହାର ଲମ୍ବା ଇତିହାସ ରହିଛି।

କଂଗ୍ରେସ ଇଭିଏମର ନିରପେକ୍ଷତାକୁ ନେଇ ଅବିଶ୍ୱାସ ବ୍ୟକ୍ତ କରିଛି। ଦେଶର ଅର୍ଥନୀତିରେ ବିକାଶ ସତ୍ତ୍ୱେ କଂଗ୍ରେସ ଦଳ ଅର୍ଥନୈତିକ ବିକାଶ ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ଲଗାଇଛି।

ସେ କହିଛନ୍ତି ଯେ “ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତଥ୍ୟ ସମ୍ବଳିତ ବକ୍ତବ୍ୟକୁ ମଧ୍ୟ ସାର୍ବଜନୀନ ଭାବେ ଅବିଶ୍ୱାସ ବ୍ୟକ୍ତ କରିଛି। ଭାରତୀୟ ସେନା ଅଦମ୍ୟ ସାହସ ଦେଖାଇ ପାକିସ୍ତାନର ସୀମା ଭିତରେ ପ୍ରବେଶ କରିଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ମଧ୍ୟ କଂଗ୍ରେସ ଅବିଶ୍ୱାସ ବ୍ୟକ୍ତ କରିଛି।”

ସେ କହିଛନ୍ତି ଯେ ” ଜଣେ ସଫଳ ଓ ସୁଯୋଗ୍ୟ ଓଡ଼ିଆ ବ୍ୟକ୍ତିତ୍ୱ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୁଦ୍ଧରେ ମହାଭିଯୋଗ ଆଣୁଥିବା କଂଗ୍ରେସ ଦଳର ଆଭିମୁଖ୍ୟ ସବୁବେଳେ ଓଡିଶା ବିରୋଧୀ ରହିଛି। କେନ୍ଦ୍ରରେ ଦୀର୍ଘ ଦଶନ୍ଧି ଶାସନରେ ଥିବା କଂଗ୍ରେସ ଦଳ ସରକାର ବାରମ୍ବାର ଓଡ଼ିଶାକୁ ଅଣଦେଖା କରି ରାଜ୍ୟକୁ ତାର ହକ୍ ଦେଇ ନାହିଁ।”

ସେ କହିଛନ୍ତି ଯେ ” ଓଡିଶା ପ୍ରତି କଂଗ୍ରେସର ଐତିହାସିକ ଭାବେ ଥିବା ଅସୁୟା ଭାବ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ବହିଷ୍କାର ପ୍ରଶ୍ନ ଉଠାଇ ପୁଣି ସମାନ ଭାବନାକୁ ପ୍ରଦର୍ଶିତ କରିଛି।”

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top