ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ

ରେଢ଼ାଖୋଲ, ୧୦/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳିଗଡ ପଞ୍ଚାୟତର ସାମସିଂହା ଗ୍ରାମରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ବିଧାୟକ ତଥା ଉପମୁଖ୍ୟ ସଚେତକ ଇଂ ରୋହିତ ପୁଜାରୀ ମୁଖ୍ୟ ଅତିଥି ଭାବେଯାଗ ଦେଇ ଶିଳାନ୍ୟାଶ କରିଥିଲେ। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପ୍ରାୟ ୭୭ ଲକ୍ଷ ଟଙ୍କ ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି। ଶିଳାନ୍ୟାସ ଉତ୍ସବରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଆଶୁତୋଷ ଭଦ୍ର, କନିଷ୍ଠ ଯନ୍ତ୍ରୀ ଦେବସ୍ମିତା ନାଏକ, ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ ପ୍ରଧାନ, ରୋଜାଲିନ ବେହେରା, କଦଳିଗଡ ସରପଞ୍ଚ ନଳିନୀ ଦେହୁରୀ, ସମିତିସଭ୍ୟ ଧର୍ମେନ୍ଦ୍ର କହଁର ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *