ଜିଲ୍ଲା ପରିକ୍ରମା

ଜଳୁଛି ଜଙ୍ଗଲ ଚେଇଁ ଶୋଇଛି ବନ ବିଭାଗ

ବୈାଦ୍ଧ,୨୨ା୦୩(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା); ଜଙ୍ଗଲ ପୋଡି ରୋକିବା ପାଇଁ ବନବିଭାଗ ପକ୍ଷରୁ ବହୁଳ ଭାବେ ପ୍ରଚାର ପ୍ରଶାର କରାଯାଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ସହିତ ଏହାର ନିରାକରଣ ପାଇଁ ବ୍ୟପକ ପ୍ରସ୍ତୁତି କରିଥିବା ଡିମିଡିମ ପିଟୁଥିବା ବେଳେ ବୌଦ୍ଧ ଜିଲ୍ଲା ବନଖଣ୍ଡ ଅଧିନରେ ଥିବା ପୁରୁଣାକଟକ ଓ ମାଧପୁର ରେଂଜ ଅନ୍ତର୍ଗତ ଜଙ୍ଗଲର ବିଭିନ୍ନ ସ୍ଥାନରେ ବ୍ୟାପକ ନିଆଁ ଲାଗି ମୂଲ୍ୟବାନ ବୃକ୍ଷଲତା ପୋଡିବା ସହିତ ବନ୍ୟଜନ୍ତୁଙ୍କ ସୁରକ୍ଷା ବିପନ୍ନ ହେବାରେ ଲାଗିଥିବା ଦେଖିବାକୁ ମିଳିଛି । ହେଲେ ବନବିଭାଗ ପକ୍ଷରୁ ନିଆଁ କୁ ଆୟତ କରିବା ପାଇଁ ଆଶାନୁରୂପ ପଦକ୍ଷପ ନେଉ ନଥିବାରୁ ବିଭାଗୀୟ କାର୍ଯ୍ୟ ଦକ୍ଷତା ଓ କାର୍ଯ୍ୟକାରିତାକୁ ନେଇ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ ୩-୪ ଦିନ ହେଲା ପୁରୁଣାକଟକ ରେଂଜ ଅଧିନରେ ଥିବା ବାଇଶପଡା ଗ୍ରାମ୍ୟ ଜଙ୍ଗଲ, ଖରଭୁଇଁ, କୁଟିଗାଡୁ, ଆଡିପଦର, ଟୁକୁଲୁଣ୍ଡା, ଡିଆଁଘାଟ, ଧର୍ମନଗର, ଅରଖପଦର ପାରାଡିଟ ସଂରକ୍ଷିତ ଜଙ୍ଗଲ ସମେତ ମାଧପୁର ରେଂଜ ରେ ଥିବା ମୁଣ୍ଡେଶ୍ୱର, ପୋଢହଳ, ପାରାପିଟ ଆଦି ସଂରକ୍ଷିତ ଜଙ୍ଗଲ ରେ ନିଆଁ ଲାଗି ଅହେତୁକ ଭାବେ ବ୍ୟାପିବାରେ ଲାଗିଥିବା ବେଳେ ବନବିଭାଗର ଫାୟାର ସ୍କ୍ୱାଡ ଠିକ୍ ସମୟରେ ପହଁଚୁ ନଥିବା ଅଭିଯୋଗ ହେଉଛି । ବ୍ୟାପକ ଅଂଚଳରେ ଜଙ୍ଗଲ ପୋଡି ଯୋଗୁଁ ସମଗ୍ର ଅଂଚଳ ଧୁଆଁମୟ ହୋଇଯାଉଥିବାରୁ ବାୟୁ ପ୍ରଦ୍ୟୁଷଣ ବୃଦ୍ଧି ପାଇବା ନେଇ ଲୋକେ ଏକ ପ୍ରକାର ଅଣନିଶ୍ୱାସି ହୋଇପଡୁଥିବା ଲକ୍ଷ୍ୟ କରାଯାଇଛି । ଏପରିକି ଧୁଆଁର ପ୍ରଭାବରେ ଲୋକଙ୍କ ଆଖିରୁ କ୍ରମାଗର ଭାବେ ଲୁହ ଝରୁଥିବା ଭଳି ସମସ୍ୟା ଦେଖାଦେଇଛି । ତୁରନ୍ତ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top