ଜଳସେଚନ ବିଭାଗର ଛଟେଇ କର୍ମଚାରୀଙ୍କ ଧାରଣା ଚତୁର୍ଥ ଦିନରେ

କେନ୍ଦ୍ରାପଡା ୨୩/୯ (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ)- ବିଶ୍ୱ ବ୍ୟାଙ୍କ ପ୍ରଦତ୍ତ ଅର୍ଥରେ ଜମ୍ବୁକେନାଲ ଓ ଗଣ୍ଡାଖିଆ କେନାଲ ନବୀକରଣ ପାଇଁ ମାର୍ଶାଘାଇଠାରେ ଏକ ଡିଭିଜନ ଅଫିସ ଖୋଲିଥିଲା। ଦୁଇଟି କେନାଲର ନବୀକରଣ କାର୍ଯ୍ୟ ଶେଷ ହେବାପରେ ୨୦୧୩ ମସିହାରେ ସେହି ଡିଭିଜନ ବନ୍ଦ ହୋଇଯାଇଥିଲା। ସେହି ଡିଭିଜନରୁ ଛଟେଇ ହୋଇଥିବା କର୍ମଚାରୀମାନେ ଓଡିଶା ହାଇକୋର୍ଟରେ ସେମାନଙ୍କ ପୁନଃ ନିଯୁକ୍ତି ପାଇଁ ଏକ ରିଟ୍ ପିଟିସନ୍ ଦାଖଲ କରିଥିଲେ। ଓଡିଶା ହାଇକୋର୍ଟ ଛଟେଇ କର୍ମଚାରୀମାନଙ୍କୁ ପୁନଃନିଯୁକ୍ତି ଦେବାପାଇଁ ଜଳସେଚନ ବିଭାଗକୁ ନିଦେ୍ର୍ଦଶ ଦେଇଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ସେମାନଙ୍କୁ ପୁନଃନିଯୁକ୍ତି ଦିଆଯାଉନାହିଁ। ତେଣୁ ଛଟେଇ କର୍ମଚାରୀମାନେ ଏହାର ପ୍ରତିବାଦରେ ବୁଧବାରଠାରୁ ପୁନଃନିଯୁକ୍ତି ପାଇବା ଦାବିରେ ସ୍ଥାନୀୟ ଜଳସେଚନ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଯେପର୍ଯ୍ୟନ୍ତ ସେମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଇନାହିଁ ସେ ପର୍ଯ୍ୟନ୍ତ ସେମାନେ ସେମାନଙ୍କ ଧାରଣା ଆନେ୍ଦାଳନ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି। ବିଦ୍ୟୁତ କାଟ ବିରୋଧରେ ଏନ୍ଜେନ ପରିଚାଳକଙ୍କ ସହ ବିକାଶ ସାମୁଖ୍ୟର ଆଲୋଚନା।

Leave a Reply

Your email address will not be published. Required fields are marked *