ଜିଲ୍ଲା ପରିକ୍ରମା

ଜଳଭଣ୍ଡାରରୋ ଚଳନ୍ତା ଲଞ୍ଚ ରେ ନିଆଁ, ଲଞ୍ଚଚାଳକ ଙ୍କ ଉପସ୍ଥିତିବୁଦ୍ଧି ଯୋଗୁ ଅଳ୍ପକେ ବର୍ତିଲେ ୧୨୦ ଯାତ୍ରୀ

ମାଲକାନଗିରି, ୧୨ା୫ (ଓଡିଆ ପୁଅ ) ନିଆଁ ଲାଗିଲେ ପାଣିପକା ଯାଇ ନିଆଁକୁ ଲିଭାଯାଇଥାଏ, ହେଲେ ପାଣିରେ ଭରପୁରଥିବା ଜଳଭଣ୍ଡାରରେ ନିଆଁ ଲାଗି ଲଞ୍ଚ ଟିଏ ଜଳିବା ଘଟଣା ସମଗ୍ର ଦେଶବାସୀଙ୍କୁ ଚକିତ କରିପକାଇଛି। ଲଞ୍ଚଡ୍ରାଇଭର ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଲଞ୍ଚ ରେ ବସିଥିବା ୧୨୦ଜଣ ଯାତ୍ରୀଙ୍କ ଜୀବନ ରକ୍ଷାହେବା ଘଟଣା ଭିଡିଓ ଭାଇରାଲ ହେବାପରେ ଜଣାପଡିଛି। ସୀମାନ୍ତ ଆନ୍ଦ୍ରପ୍ରଦେଶ ରଜମେନ୍ଦ୍ରୀ ଠାରେ ଥିବା ପାପିକୁଣ୍ଡଳମ ପର୍ଯ୍ୟଟନ ସ୍ଥଳି ନିକଟରେ ଥିବା ଗୋଦାବରୀ ନଦୀ ବୃହତ ଜଳଭଣ୍ଡାର ରେ ଜଳକ୍ରୀଡା କରିବା ନିମନ୍ତେ ଏକ ମଟୋରଚାଳିତ ଲଂଚରେ ୧୨୦ଜଣ ପର୍ଯ୍ୟଟକ ଯାତ୍ରା କରିଥିଲେ। ଲଞ୍ଚଟିର ଯାନ୍ତ୍ରୀକ ତୃଟି ଯୋଗୁ ଜଣଭଣ୍ଡାର ମଧ୍ୟରେ ହଟାତ ଲଞ୍ଚଟିରେ ନିଆଁ ଲାଗି ଯାଇଥିଲା।

ଲଞ୍ଚ ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ଉକ୍ତ ଲଞ୍ଚଟିକୁ ତୁରନ୍ତ ଜଳଭଣ୍ଡାର ମଝିରୁ କୂଳକୁ ନେଇଆସି ସମସ୍ଥ ଯାତ୍ରୀ ମାନଙ୍କୁ ଓହ୍ଲାଇଦେଇଥିଲେ। ଯାତ୍ରୀ ମାନେ ଲଞ୍ଚରୁ ଓହ୍ଲାଇ ପଡିବାପରେ ଉକ୍ତ ଲଞ୍ଚଟି ଆଖି ପିଛୁଳାକେ ଜଳଭଣ୍ଡାର ମଧ୍ୟରେ ଜଳିଯାଇଥିଲା। ଲଞ୍ଚ ରେ କିପରି ନିଆଁ ଲାଗିଲା ସେ ସଂପର୍କରେ ପୁଲିସ ଖୋଳତାଡ ଆରମ୍ଭ କରିଦେଇଛନ୍ତି। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଲଞ୍ଚ ରେ ଥିବା ଏକ ଗ୍ୟାସସଲିଣ୍ଡରରୁ ଏହି ନିଆଁ ଲାଗି ବ୍ୟାପି ଥିବାର ସନ୍ଦେହ କରା ଯାଉଛି। ଏହି ଘଟଣାଟି ଗତ ଗୁରୁବାର ଦିନ ଘଟିଥିଲା। ଏହି ଦୃଶ୍ୟକୁ କିଛି ପର୍ଯ୍ୟଟକ ନିଜ ମୋବାଇଲରେ ଫଟୋଉଠାଇଥିଲେ, ଏହାକୁ ଆଜି ଭାଇରାଲ କରିବାପରେ ଘଟଣା ସମସ୍ଥଙ୍କ ନଜରକୁ ଆସିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top