ଓଡ଼ିଶା

ଜଳବନ୍ଦୀରେ ଜିଲାପାଳ ଓ କୋର୍ଟ ପରିସର

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସମଗ୍ର ରାଜ୍ୟର ଅନେକ ଉପକୂଳବର୍ତ୍ତୀ ଜିଲାରେ ଗତ ୩ ଦିନର ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବାବେଳେ ଭଦ୍ରକ ଜିଲାରେ ଏକ ବଡଧରଣର ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆମନ୍ତ୍ରଣ କରିଛି। ତେବେ ଭଦ୍ରକ ସହର ଓ ପୌରାଞ୍ଚଳର ବହୁ ତଳିଆ ଓ ଖାଲୁଆ ଅଂଚଳରେ ଥିବା ଲୋକମାନେ ଏହି ଲଗାଣ ବର୍ଷା ଜନିତ କୃତ୍ରିମ ବନ୍ୟା ପରିସ୍ଥିତି ଯୋଗୁଁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଏହି ବର୍ଷା ଯୋଗୁଁ ସହରର ରାସ୍ତାଘାଟ ଓ ତଳିଆ ଅଂଚଳ ଉଦ୍ବୃତ୍ତ ଜଳଯୋଗୁଁ ଜଳାର୍ଣ୍ଣବ ହୋଇନଥିବା ବିଷୟ ଜିଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି। ମାତ୍ର ଜିଲାପାଳଙ୍କ ସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲା କୋର୍ଟ ପରିସର ଏହି ଲଗାଣ ବର୍ଷାରେ ଯେଭଳି ଜଳବନ୍ଦୀ ହୋଇପଡିଛି, ତାହା ଯାତାୟତରେ ବାଧା ସୃଷ୍ଟି କରିଛି। ବିଶେଷକରି ସହରର ଜଳ ନିଷ୍କାସନ ସ୍ୱରେଜ ବ୍ୟବସ୍ଥାର ବିପର୍ଯ୍ୟୟ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ବିଷୟ ଜଣାପଡିଛି। ଯଦିଓ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଠାରୁ ଆରମ୍ଭ କରି ପୌରପାଳିକା ପର୍ଯ୍ୟନ୍ତ ଏହି ସ୍ୱରେଜ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ବିଭିନ୍ନ ସ୍ଥାନରେ ଡ୍ରେନ୍ ନିର୍ମାଣ ଚାଲିଛି, ତେବେ ସେଗୁଡିକର ଅଧାପନ୍ତରିଆ କାର୍ଯ୍ୟ ଓ ଅନେକ ପୁରାତନ ଜଳ ନିଷ୍କାସନ ପଥରେ ଜବରଦଖଲ ଯୋଗୁଁ ବର୍ଷାଜଳ ନିଷ୍କାସିତ ହୋଇନପାରି ସହରର ରାଜରାସ୍ତା ଠାରୁ ଆରମ୍ଭ କରି ବିଭିନ୍ନ ସାହିବସ୍ତିକୁ ଜଳବନ୍ଦୀ କରି ରଖିଛି। ଯାହା ଜଣାଯାଏ ଜିଲାପାଳଙ୍କ ନୂତନ କାର୍ଯ୍ୟାଳୟ ନିର୍ମାଣ ସମୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ କାର୍ଯ୍ୟାଳୟ ସମ୍ମୁଖରେ ବିପର୍ଯ୍ୟସ୍ତ ଅବସ୍ଥାରେ ପୋତି ହୋଇପଡିଥିବା ଓ ଜବରଦଖଲରେ ଥିବା ଡ୍ରେନେଜ୍ ବ୍ୟବସ୍ଥାର ପୁନରୁଦ୍ଧାର କରାଯାଇଥିଲେ ମଧ୍ୟ ତୃଟି ପୂର୍ଣ୍ଣ ନିର୍ମାଣ ଯୋଗୁଁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଜଳାର୍ଣ୍ଣବ ହୋଇରହୁଛି। ଏହି ସ୍ୱରେଜ ବ୍ୟବସ୍ଥାର ପଥଗୁଡିକୁ ଯଦିଓ କିଛିଦିନ ତଳେ ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିଲା, ତେବେ ସେଗୁଡିକ ଏବେ ପୁନର୍ବାର ଜବରଦଖଲ ହେଉଥିବାରୁ ତାହା ଜଳ ନିଷ୍କାସନରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲେ ମଧ୍ୟ ପ୍ରଶାସନ ଏ ଦିଗରେ ନୀରବଦ୍ରଷ୍ଟା ସାଜିଛି। ଅନୁରୂପ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଉଚ୍ଚ ପଦାଧିକାରୀମାନେ ନିଜ ନିଜର ସରକାରୀ ଯାନବାହନରେ ଆସୁଥିବାରୁ ସେମାନେ କୌଣସି ଅସୁବିଧାର ସମ୍ମୁଖୀନ ହେଉନଥିଲେ ବି ସାଧାରଣ ଜନତା ଏ ଦିଗରେ ବହୁ ଯନ୍ତ୍ରଣା ଭୋଗ କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top