ଜଳପ୍ରପାତରୁ ଖସି ଯୁବକ ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି

କୋରାପୁଟ ; ତା୦୩-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଗାଲିଗାବଦାର ଜଳପ୍ରପାତରୁ ଖସି ଜଣେ ଯୁବକ ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡିଛି।କଳାହାଣ୍ଡି ଜିଲ୍ଲାର ମଦନପୁର-ରାମପୁର ଗ୍ରାମର ସୁବ୍ରତ ବାଗ ନାମକ ଯୁବକ ମିନାବଜାର ସଂସ୍ଥାରେ କାମ କରନ୍ତି ଓ ଉକ୍ତ ସଂସ୍ଥା ପଟ୍ଟାଙ୍ଗୀଠାରେ ମିନାବଜାର ପକେଇଥିଲେ।ଗତକାଲି ଅପାରହ୍ନରେ ସୁବ୍ରତ ଓ ତାର ଜଣେ ସାଙ୍ଗ ମଟରସାଇକେଲ ଯୋଗେ ଜଳପ୍ରପାତ ବୁଲିବାକୁ ଯାଇଥିଲେ।ଜଳପ୍ରପାତର ଶିଉଳି ହୋଇଥିବାଏକ ପଥର ଚଟାଣରେ ଠିଆ ହୋଇଥିବା ବେଳେ ଅସାବଧନତା କାରଣରୁ ସେଠାରୁ ୫୦ ଫୁଟ ତଳକୁ ଖସିଯାଇଥିଲେ।ସେଠାକୁ ଯାଇଥିବା ଅନ୍ୟ ପର୍ଯ୍ୟଟକମାନେ ସୁବ୍ରତଙ୍କୁ ଉଦ୍ଧାର କରିଥିଲେ ଓ ପଟ୍ଟାଙ୍ଗୀ ଡାକ୍ତରଖାନାରେ ଭର୍ତି କରାଯାଇ ଚିକିତ୍ସା କରାଯାଇଥିଲା।କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଗତକାଲି ରାତ୍ରୀରେ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।କୋରାପୁଟ ଡାକ୍ତରଖାନାରେ ଏବେ ସୁବ୍ରତ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥା ସ୍ଥିର ଥିବା ଜଣାପଡିଛି।ଜଳପ୍ରପାତର ଉକ୍ତ ସ୍ଥାନ ବିପଦପୂର୍ଣ୍ଣ ଥିବା ବେଳେ ଉକ୍ତ ଜଳପ୍ରପାଦ କେତେ ସୁରକ୍ଷିତ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

Leave a Reply

Your email address will not be published. Required fields are marked *