ଜଳ, ଜଙ୍ଗଲ, ଜମି ପାଇଁ ଲଢେଇ, ପ୍ରସ୍ତାବିତ ଚୂନପଥର ଖଣିକୁ ପଲ୍ଲୀସଭାରେ ବିରୋଧ କଲେ ଆଦିବାସୀ

ମାଲକାନଗିରି, ୧୩ା୬(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ନନ୍ଦିବେଢ଼ା, ମାଟାପେକା, କତାମେଟେରୁ ଅଚଂଳରେ ପ୍ରସ୍ଥାବିତ ଚୂନପଥର ଖଣିକୁ ପଲ୍ଲିସଭାରେ ଶତାଧିକ ଆଦିବାସୀ ଗ୍ରାମବାସୀମାନେ ବିରୋଧ କରି ଜଳ, ଜଙ୍ଗଲ, ଜମି ପାଇଁ ଲଢେଇ କରିବୁ ବୋଲି ଅଧିକାରୀମାନଙ୍କୁ ଚେତାବନୀ ଦେଇଛନ୍ତି। ଆଦିବାସୀ ଅଧ୍ୟୁଷିତ ମାଲାକନଗିରି ଜିଲ୍ଲାରେ ବହୁ ପରିମାଣର ଖଣିଜ ଦ୍ରବ୍ୟ ଭରପୁର ହୋଇରହିଛି। ସେଥି ମଧ୍ୟରୁ ଲୁହାପଥର, ଗ୍ରାନାଇଟ, ଚୂନପଥର, ଅଭ୍ର ଆଦି ଖଣିଜ ଦ୍ରବ୍ୟ ଅଧିକ ପରିମାଣର ବିଭିନ୍ନ ସ୍ଥାନରେ ଗଛିତ ହୋଇ ରହିଥିବାର ଜଣାପଡିଛି। ପଡିଆ ବ୍ଲକସ୍ଥ ଉସକାଲ ବାଗ, ନନ୍ଦିବେଢା, ଧରମପାଲ୍ଲି, ଇରାଲଗୁଣ୍ଡି ଅଚଂଳରେ ବହୁ ପରିମାଣର ଉନ୍ନତ ମାନର ଚୂନପଥର ଗଛିତ ଥିବାର ଜାଣି ବାହର ରାଜ୍ୟର ଏକ କମ୍ପାନୀ ଚୂନପଥର ଖନନକରିବା ପାଇଁ ରାଜ୍ୟସରକରାଙ୍କ ସିହତ ଚୁକ୍ତି କରିଥିବା ଓ ଏହାର ସର୍ଭେ କାର୍ଯ୍ୟ ଆରମ୍ଭ ହେବା ଦେଖି ସ୍ଥାନୀୟ ଗ୍ରାମବାସୀମାନେ ବିରୋଧ କରିଛନ୍ତି। ଏହି ଚୂନପଥର ଖଣିକୁ ଗ୍ରାମବାସୀ ମାନେ ବିରୋଧ କରୁଥିବାରୁ ତାହା ତଦନ୍ତ ପାଇଁ ଆସିଥିବା ମୁଖ୍ୟ ବନସଂରକ୍ଷକ ପ୍ରଫୁଲ କୁମାର ମଲ୍ଲିକ ସେମାନଙ୍କୁ ବୁଝାଇବା ଲାଗି କତାମେଟାରୁ ଗ୍ରାମରେ ବନବିଭାଗ ପକ୍ଷରୁ ଏକ ପଲ୍ଲୀସଭାର ଆୟୋଜନ କରାଇଥିଲେ। ଏହି ପଲ୍ଲିସଭାରେ ସିସିଏଫ ଶ୍ରୀ ମଲ୍ଲିକ ଙ୍କ ସହିତ ମାଲକାନଗିରି ଡିଏଫଓ ସମ୍ରାଟଗୌଡ, ସହକାରୀ ବନସଂରକ୍ଷକ ଉମାମହେଶ, ପ୍ରଫୁଲକୁମାର ମଣ୍ଡଳ, ଶ୍ରୀକାନ୍ତନାୟକ, ଜଗଦୀଶ ପଟନାୟକ, ମାଲକାନଗିରି ରେଜେଂର ବାସୁଦେବ ନାୟକଙ୍କ ସହିତ ଅନ୍ୟାନ୍ୟ ବନକର୍ମଚାରି ମାନେ ଯୋଗଦେଇ ଏହି ଖଣି ହେଲେ ଜିଲ୍ଲାର ପ୍ରଗତି ହେବାସହିତ ସ୍ଥାନିୟ ବେକାରୀ ଯୁବକମାନେ କର୍ମନିଯୁକ୍ତି ପାଇବେ, ଜମିହରାଇଥିବା ଲୋକଙ୍କୁ ଉପଯୁକ୍ତ ପରିମାଣର କ୍ଷତିପୁରଣ ମିଳିବ ବୋଲି ଗ୍ରାମବାସୀ ମାନଙ୍କୁ ବହୁତ ବୁଝାଇଥିଲେ। ହେଲେ ଗ୍ରାମବାସୀ ମାନେ ବନବିଭାଗ ଅଧିକାରୀ ମାନଙ୍କ କଥାରେ ରାଜି ହୋଇନଥିଲେ। ସେମାନେ କହିଥିଲେ ବାଲିମେଳା, ମାଛକୁଣ୍ଡ, ଅପରକୋଲାବ ଜଳଭଣ୍ଡାର ଓ ବିଦ୍ୟୁତ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଗ୍ରାମବାସୀ ମାନଙ୍କୁ ଦୀର୍ଘ ୪୦ ରୁ ୫୦ ବର୍ଷ ହୋଇଗଲାପରେ ବି ସେମାନଙ୍କୁ ଠିକ ଭାବେ ଥଇଥାନ କରାଯାଇ ପାରିନଥିବା ବେଳେ ୫ଟି ପଚାଂୟତର ଗ୍ରାମବାସୀ ମାନଙ୍କୁ କିପରି ଥଇଥାନ ସରକାର କରିବେ ତାହା ଆମେ ଜାଣିପାରୁଛୁ।ଏହି ଖଣି ପ୍ରତିଷ୍ଠା ହେଲେ ମାଲକାନଗିରି ବ୍ଲକର ମାଟାପେକା, ତଣ୍ଡାପାଲ୍ଲି.ଗୋରାଖୁଟାଂ ପଚାଂୟତ, ପଡିଆ ବ୍ଲକର ନିଲିଗୁଡା, ମାଟେରୁ, ପଚାଂୟତର ପ୍ରାୟ ୪୨ଟି ରୁ ଉର୍ଦ୍ଧ୍ୱଗ୍ରାମ କ୍ଷତିଗସ୍ତ ହେବା ସହିତ ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେବ, ପୂର୍ବପୁରଷ ଅମଳରୁ ଜଙ୍ଗଲଜାତ ଦ୍ରବ୍ୟଉପରେ ନିର୍ଭର କରି ଏହି ଗ୍ରାମବାସୀ ମାନେ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି, କମ୍ପାନୀହେଲେ ଜଙ୍ଗଲ ସପଂଦ ନଷ୍ଟ ହେବା ସହିତ ଗରିବ ଲୋକଙ୍କ ପେଟକୁ ଦାନା ମୁଠାଏ ମିଳିବ ନାହିଁ। ଏହି କମ୍ପାନୀ ପଚାୟଂତରେ ପଲ୍ଲିସଭା ନକରି କି କୌଣସି ଗ୍ରାମ ବାସୀମାନଙ୍କୁ ନ ଜଣାଇ ମନଇଛା ଭାବେ ଗାଁ ଓ ପାହଡରେ ପ୍ରବେଶ କରି ସର୍ଭେ କାମ ଆରମ୍ଭ କରି ଦେଇଛନ୍ତି। ଆମେ ମରିବୁ ପଛେ କମ୍ପାନୀ ଆଗରେ ମୁଣ୍ଡନୁଆଁଇବୁ ନାହିଁ କି ଚୂନପଥର ଖଣି କରାଇଦେବୁ ନାହିଁ। ଏହି କମ୍ପାନୀଙ୍କୁ ବିରୋଧ କରି ରାଜ୍ୟ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଖଣି ସଚିବଙ୍କ ଉଦେଶ୍ୟରେ ସ୍ମାରକପତ୍ର ଆଗରୁ ଦିଆଯାଇଛି ବୋଲି ଗ୍ରାମବାସୀମାନେ କହିଥିଲେ। ପଲ୍ଲିସଭାରେ କମ୍ପାନିକୁ ଗ୍ରାମବାସୀମାନେ ବିରୋଧ କରିବା ଦେଖି ଶେଷରେ ମୁଖ୍ୟ ବନସଂରକ୍ଷକ ଓ ଅନ୍ୟାନ ବନଅଧିକାରୀ ମାନେ ବାଧ୍ୟହୋଇ ସେଠାରୁ ଫେରିଆସିଥିଲେ।

Leave a Reply

Your email address will not be published. Required fields are marked *