ଆନ୍ତର୍ଜାତୀୟ

ଜର୍ମାନୀର ରାଜଧାନୀ ବର୍ଲିନ୍ରେ ଯୋଗାଭ୍ୟାସକାରୀଙ୍କ ସହ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱକୁ ଏକତା ମନ୍ତ୍ରରେ ବାନ୍ଧି ରଖିବାରେ ଯୋଗର ଭୂମିକା ଅନସ୍ୱୀକାର୍ଯ୍ୟ – ଧର୍ମେନ୍ଦ୍ର ପ୍ରଧାନ

– ୪ର୍ଥ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ବିଦେଶରେ ଯୋଗ ମାଧ୍ୟମରେ ବସୁଧୈବ କୁଟୁମ୍ବକମ୍ର ବାର୍ତ୍ତା ଦେଲେ ଧର୍ମେନ୍ଦ୍ର
– ଭୁବନେଶ୍ୱରରୁ ବର୍ଲିନ୍ ସବୁଠି ଯୋଗ ବିଦ୍ୟମାନ
ବର୍ଲିନ୍, ୨୧ ଜୁନ (ଓଡ଼ିଆ ପୁଅ) – ସମଗ୍ର ବିଶ୍ୱ ହେଉଛି ଗୋଟିଏ ପରିବାର। ବିଶ୍ୱକୁ ମହାନ୍ ରାଷ୍ଟ୍ର ଭାରତ ହିଁ ସର୍ବଦା ବିଶ୍ୱ ଭାତୃତ୍ୱର ବାର୍ତ୍ତା ପ୍ରଦାନ କରିଆସୁଛି। ବିଶ୍ୱକୁ ଏକତା ମନ୍ତ୍ରରେ ବାନ୍ଧି ରଖିବାରେ ଯୋଗ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଜର୍ମାନୀର ରାଜଧାନୀ ବର୍ଲିନ୍ରେ ୪ର୍ଥ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ପ୍ରକାଶ କରିଛନ୍ତି।

ବିଦେଶରେ ଭାରତର ମହାନ୍ ପରମ୍ପରା ଯୋଗର ମହତ୍ୱ ବିଷୟରେ ଆଲୋକପାତ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଜର୍ମାନବାସୀଙ୍କୁ ଯୋଗ ମାଧ୍ୟମରେ ଖୁସି ଓ ଉତମ ସ୍ୱାସ୍ଥ୍ୟର ବାର୍ତ୍ତା ଦେଇଥିଲେ। ବିଶ୍ୱର ଉତର ଗୋଲାର୍ଦ୍ଧ ବର୍ଲିନ୍ ରେ ଭାରତୀୟ ଦୁତାବାସ ପକ୍ଷରୁ ଆଲେକଜାଣ୍ଡ୍ର୍ପ୍ଲଜ୍ ରେ ଅନୁଷ୍ଠିତ ଯୋଗ ଶିବିରରେ ଶ୍ରୀ ପ୍ରଧାନ ସ୍ଥାନୀୟ ଅଧିବାସୀଙ୍କ ସହିତ ଯୋଗାଭ୍ୟାସ କରିଥିଲେ।

ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟକୁ ବର୍ଲିନ୍ ରେ ଦୋହରାଇବା ସହିତ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ଯେ ଡେହରାଡ଼ୁନ୍ ରୁ ଡବ୍ଲିନ୍, ସାଂଘାଇରୁ ଚିକାଗୋ, ଜାକର୍ତାରୁ ଜୋହାନସ ବର୍ଗ ଏବଂ ଭୁବନେଶ୍ୱରରୁ ବର୍ଲିନ୍ ଯୋଗ ସବୁଠି ବିଦ୍ୟମାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ, ଏହା ମନ- ବୁଦ୍ଧି ସହ ଶରୀରର ଯୋଗସୂତ୍ର ରକ୍ଷା କରି ଦୀର୍ଘ ଦିନ ନିରାମୟ ଜୀବନ ସହିତ ଜୀବନରେ ଶାନ୍ତି ପ୍ରଦାନ କରିଥାଏ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମ ଯୋଗୁଁ ଜାତି ସଂଘ ୨୧ ଜୁନକୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଭାବରେ ମାନ୍ୟତା ଦେଇଥିବା ଶ୍ରୀ ପ୍ରଧାନ ବର୍ଲିନ୍ ରେ ପ୍ରକାଶ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top