ଓଡ଼ିଶା

ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ତାପମାତ୍ରା ମାପକ ଯନ୍ତ୍ର ଓ ପବନ ବେଗ ନିର୍ଣ୍ଣୟ ଯନ୍ତ୍ର, ଅଧିକାରୀଙ୍କ ଦୃଷ୍ଟି ନାହିଁ

ହରିଚନ୍ଦନପୁର, ତା ୨୧.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଠାରେ ଥିବା ତାପମାତ୍ରା ନିର୍ଣ୍ଣୟ ଓ ପବନର ବେଗ ନିର୍ଣ୍ଣୟ ଯନ୍ତ୍ର ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ସୂଚନାରୁ ଜଣାପଡିଛିକି ଗତ ଏକ ବର୍ଷ ହେବ ବ୍ଲକରେ ଥିବା ଏହି ଦୁଇଟି ଯନ୍ତ୍ର ମଧ୍ୟରେ ଅନାବନା ଗଛ ହୋଇଥିବା ବେଳେ ବ୍ଲକ ଅଧିକାରୀଙ୍କର ନଜରକୁ ଆସୁନାହିଁ। ଉକ୍ତ ବ୍ଲକ ଅଧିକାରୀଙ୍କ ବାସ ଭବନ ସମ୍ମୁଖରେ ଏହି ଦୁଇଟି ଯନ୍ତ୍ର ଥିବା ବେଳେ ଅଧିକାରୀଙ୍କ କେମିତି ଦୃଷ୍ଟି ଆକର୍ଷଣ ହେଉନାହିଁ ତାହା ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଏହି ଯନ୍ତ୍ର ଗୁଡିକ ନିମନ୍ତେ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଇ ନିର୍ମିତ କରାଯାଇଥିବା ବେଳେ ଏହାର ରକ୍ଷଣା ବେକ୍ଷଣ ଦିଗରେ ପ୍ରଶାସନର ଦୃଷ୍ଟି ପଡୁନଥିବାକୁ ନେଇ ଲକ୍ଷାଧିକ ଟଙ୍କାର ଏହି ଯନ୍ତ୍ର ନଷ୍ଟ ହେଉଥିବାର ଦୃଶ୍ୟମାନ ହେଉଛି। ବ୍ଲକ କାର୍ଯ୍ୟାଳୟରେ ଏହି ଯନ୍ତ୍ରଗୁଡିକର ରକ୍ଷଣା ବ୍ୟକ୍ଷଣ ନିମନ୍ତେ କର୍ମଚାରୀ ନିୟୋଜିତ ଥିଲେ ମଧ୍ୟ କାର୍ଯ୍ୟକୁ ଠିକ ଭାବରେ ନ ତୁଲାଇବା ସହ ଯନ୍ତ୍ର ଗୁଡିକ ପ୍ରତି ଧ୍ୟାନ ଦେଉନଥିବାର ଦେଖିବାକୁ ମିଳିଛି। ଏହି ଯନ୍ତ୍ର ଗୁଡିକ ପ୍ରତି ଦାୟୀତ୍ୱରେ ଥିବା କର୍ମଚାରୀଙ୍କ କେତେ ଦାୟିତ୍ୱବାନ ତାହା ଏହି ଯନ୍ତ୍ର ଗୁଡିକ ଦେଖିଲେ ଜଣାପଡୁଛି। ବ୍ଲକ ଅଧିକାରୀ ଜଣଙ୍କ କର୍ମଚାରୀଙ୍କ ଉପରେ ଓ ବ୍ଲକରେ ଥିବା ଏହିଭଳି ମୂଲ୍ୟବାନ ଯନ୍ତ୍ର ଗୁଡିକ ପ୍ରତି କେତେ ଦୃଷ୍ଟି ଦେଉଛନ୍ତି ତାହା ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି। ଏଥିପ୍ରତି ବ୍ଲକ ଅଧିକାରୀ ଓ ଜିଲ୍ଲାପାଳ ଦୃଷ୍ଟି ଦେଇ ଯଥାଶିଘ୍ର ଏହି ମୂଲ୍ୟବାନ ଯନ୍ତ୍ରଗୁଡିକ ରକ୍ଷଣାବ୍ୟକ୍ଷଣ କୁ କଡାକଡି କରାଇଲେ ଆଗାମୀ ଦିନରେ ଏମିତି ମୂଲ୍ୟବାନ ଯନ୍ତ୍ରପାତି ଗୁଡିକ ନଷ୍ଟ ହେବାରୁ ବଞ୍ଚାଇ ହୁଅନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି। ମୁଖ୍ୟତଃ ଜିଲ୍ଲାପାଳ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top