ଜମି ବିକ୍ରୀରେ ଜାଲିଆତି ବାପ ପୁଅ ଗିରଫ

ତୁରୁମୁଙ୍ଗା ୪-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଗୋରାଣ୍ଡିଯୋଡି ଗ୍ରାମର ବାପ ପୁଅ ଙ୍କୁ ଜମି ବିକ୍ରି ଜାଲିଆତି ଅଭିଯୋଗରେ ସାହାରପଡା ଫାଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇଜଣ ହେଉଛନ୍ତି ପିତା ଘାସିଆ (୬୫) ନାଏକ ଓ ପୁଅ ଅନିରୁଦ୍ଧ (୩୫) ନାଏକ। ସୂଚନା ଅନୁଯାୟୀ ସାହାରପଡା ମୁଖ୍ୟାଳୟ ବ୍ଲକ ନିକଟରେ ଥିବା ଏକ ମୂଲ୍ୟବାନ ଯାଗା ଖାତା ନମ୍ବର ୪୭ ପ୍ଲଟ ନମ୍ବର ୧୩୨୯ର ୧୫ ଡ଼ିସିମିଲ ଜାଗାକୁ ଉକ୍ତ ବାପ ପୁଅ ମିଶି ପ୍ରଥମେ ୨୦୦୮ ମସିହାରେ କହ୍ନେଇ ନାଏକଙ୍କୁ ଅଢେଇ ଲକ୍ଷ ଟଙ୍କାରେ ବିକିବା ପରେ ପୁଣି ଆଉ ଥରେ ସେହି ପ୍ଲଟକୁ ସାନ ଧନୁର୍ଜୟ ପୁର ଗ୍ରାମର ବିଭୀଷଣ ନାଏକଙ୍କୁ ୨୦୧୨ ମସିହାରେ ଦେଢ଼ ଲକ୍ଷ ଟଙ୍କାରେ ଚଞ୍ଚକତା କରି ବିକ୍ରୀ କରିଥିବାର ଅଭିଯୋଗ ପଟଣା ଥାନାରେ ମେ ୨୫ ତାରିଖ ୨୦୧୮ ମସିହାରେ ହୋଇଥିଲା। ଏଥିନେଇ ପାଟଣା ଥାନା ରେ୮୧/୧୮ ରେ ଏକ ମାମଲା ରୁଜୁ ହୋଇ ଭାରତୀୟ ପିଙ୍ଗଳ କୋଡ଼ ୪୨୦,୨୯୪, ୫୦୬ ଓ ୩୪ ଆଇପିସିରେ ଅଭିଯୁକ୍ତ ବାପ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *