ଜମି ବିକ୍ରିରେ 420 , ବାପ ପୁଅ ଗିରଫ

ପାଟଣା,ତା୦୨/୦୯(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ସନ୍ନିକଟ ଗରାଣ୍ଡିଯୋଡି ଗ୍ରାମର ଘାସିଆ ନାଏକ(୬୭) ଓ ତାଙ୍କ ପୁଅ ଅନିରୁଦ୍ଧ ନାଏକ(୪୧)ଙ୍କୁ ଜମି ବିକ୍ରି ଠକେଇ ମାମଲାରେ ସାହାରପଡା ଫାଣ୍ଡି ଅଧିକାରୀ ଅଶୋକ କୁମାର ପହି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଅଭିଯୁକ୍ତ ବାପ ପୁଅ ୨୦୦୮ରେ ସାନ ଧନୁର୍ଜୟପୁର ଗ୍ରାମର କହ୍ନେଇ ନାଏକଙ୍କୁ ଗୋଟିଏ ଜମି ବିକ୍ରି କରିଥିବା ବେଳେ କହ୍ନେଇ ନାଏକଙ୍କୁ ଜମିର ପଟ୍ଟା ମିଳି ସାରିଥିବା ବେଳେ ପୁନଶ୍ଚ ଅଭିଯୁକ୍ତ ବାପ ପୁଅ ଏହି ଜମି ପ୍ଲଟ ନଂ ୧୩୨୯କୁ ବିଭିଷଣ ନାଏକ ନାମକ ଜଣେ ବ୍ୟକ୍ତଙ୍କୁ ୫ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ । ତେବେ ଜଣେ ବ୍ୟକ୍ତିଙ୍କୁ ଜମି ପଟ୍ଟା ନମିଳିବାରୁ ସେ ବିକ୍ରେତା ବାପ ପୁଅଙ୍କୁ ଟଙ୍କା ଫେରାଇବା ପାଇଁ କହି ଆସୁଥିଲେ ମଧ୍ୟ ଅଭିଯୁକ୍ତ ଘାସିଆ ନାଏକ ଓ ତାଙ୍କ ପୁଅ ଅନିରୁଦ୍ଧ ଟଙ୍କା ଫେରାଉ ନଥିଲେ । ଫଳରେ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ବାପ ପୁଅଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *