ଜମି ଆସିଲାଣି ରାକ୍ଷୀ ବେପାର

ପୁରୀ:୨୨/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଆଉ ମାତ୍ର ଦିନ କେହିଟା ପରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ ହାତରେ ସ୍ନେହର ଡୋରୀଟିଏ ବାନ୍ଧି ଭଉଣୀଟିଏ ଆଶା କରିବ ଜୀବନସାରା ରକ୍ଷାର ପ୍ରତିଶ୍ରୁତି। ପୂର୍ଣିର୍ମା ପାଇଁ ପୁରୀରେ ଜମି ଆସିଲାଣି ରାକ୍ଷୀ ବେପାର। ବଡଦାଣ୍ଡ ସମେତ ସହରର ବିଭିନ୍ନ ଅଞ୍ଚଳରେ ନିଜର ପସରା ମେଲାଇ ବସିଛନ୍ତି ରାକ୍ଷୀ ଦୋକାନପୀ। ଉଜ୍ୱଳ ଆଲୋକରେ ଝଲସି ଉଠୁଛି ରାକ୍ଷୀ ଦୋକାନଗୁଡିକ। ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଦୋକାନମାନେ ସଜାଇ ରଖିଛନ୍ତି ଭେଳିକି ଭେଳି ରାକ୍ଷୀ। ସ୍ନେହ, ଶ୍ରଦ୍ଧା ଓ ସଦ୍ଭାବନର ପବିତ୍ର ହେଉଛି ରକ୍ଷା ବନ୍ଧନ। ଶ୍ରଦ୍ଧାରେ ଭଉଣୀଟିଏ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ। ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭଉଣୀଟି ଭାଇ ପାଖକୁ ରାକ୍ଷୀ ପଠାଇଥାଏ। ଏଏବେ ହାତଗଣତି ଦିନ କେହିଟା ରାକ୍ଷୀ ପୂର୍ଣ୍ଣିମା ପାଇଁ ବାକିଥିବା ବେଳେ ଭଉଣୀ ଭାଇ ପାଖକୁ ରାକ୍ଷୀ ପକେଇବା ପାଇଁ ଦୋକାନରୁ କିଣି ନେଉଛି ରାକ୍ଷୀ। ରାକ୍ଷୀର ଦାମ୍ ୨୦ଟଙ୍କାରୁ ଆରମ୍ଭ କରି ୩୦୦ଟଙ୍କା ପର୍ଯ୍ୟନ୍ତ ଅଛି। ଦୋକାନରେ ଦେଖିବାକୁ ମିଳୁନାହିଁ ଆଗର ସ୍ପଞ୍ଜ ରାକ୍ଷୀ। ଛୋଟା ଭିମ୍, ମୋଟୁ ପତଲୁ, କ୍ରୀସ୍, ମିକି ମାଉସ୍ ରାକ୍ଷୀ ଛୋଟ ଛୋଟ ପିଲାଙ୍କର ପ୍ରମୁଖ ପସନ୍ଦ ପାଲଟିଛି। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପାଟରା ସେବାୟତ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି। ମା’ ସୁଭଦ୍ରା ରତ୍ନ ସିହାଂସନ ଉପରେ ରାକ୍ଷୀ ପୂର୍ଣ୍ଣିମା ଦିନ ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବାର ପରମ୍ପରା ରହିଛି।

Leave a Reply

Your email address will not be published. Required fields are marked *