ଜମାଖାତାରୁ ଟଙ୍କା ଗାଏବ ଥାନାରେ ମାମଲା

ତୁରୁମୁଙ୍ଗା ୨୧-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ନିକଟରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକ ସେବା କେନ୍ଦ୍ରରେ ଗ୍ରାହକମାନେ ଟଙ୍କା ଡିପୋଜିଟ କରି ହଟହଟା ହେଉଛନ୍ତି। ସ୍ଥାନୀୟ ଅଞ୍ଚଳରେ ବ୍ୟାଙ୍କ ନ ଥିବାରୁ ଦୁଆଘାଟ ଗ୍ରାମର ଚନ୍ଦନ କୁମାର ରାଉତ ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଗ୍ରାହକ ସେବା କେନ୍ଦ୍ର ଖୋଲି ଅଞ୍ଚଳର ଲୋକମାନଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେଇ ଆସୁଥିଲେ। ସରକାରଙ୍କ ବିଭିର୍ଣ୍ଣ ଯୋଜନାର ଟଙ୍କା ଗ୍ରାହକମାନେ ଫିଙ୍ଗର ପ୍ରିଣ୍ଟ ଦେଇ ଟଙ୍କା ନେଣ ଦେଣ କରି ଆସୁଥିଲେ। କିନ୍ତୁ ପଡ଼ିଆ ପଶି ଗ୍ରାମର ଚିନ୍ମୟ କୁମାର ପଣ୍ଡା ତାଙ୍କ ଏକାଉଣ୍ଟ ନମ୍ବର ୮୨୧୦୦୦୦୭୯୮ ରେ ୨୪-୫-୨୦୧୭ ରିଖରେ ୧୦ ହଜାର ଟଙ୍କା ଜମା କରିଥିଲେ ଜମା କରିବାରର ରସିଦ ମଧ୍ୟ ତାଙ୍କ ପାଖରେ ଠିବା ବେଳେ ଆକାଉଣ୍ଟରେ ଟଙ୍କା ଜମା ହୋଇ ନଥିବା ଚିନ୍ମୟ କହିଛନ୍ତି। ଗ୍ରାହକ ସେବା କେନ୍ଦ୍ରର ମାଲିକଙ୍କ କଥାରେ ତାଳମେଳ ରହୁ ନଥିବାରୁ ଚିନ୍ମୟ ବ୍ୟାଙ୍କ ଅଫ ଇଣ୍ଡିଆର ଉଦୟପୁର ଶାଖା ପରିଚାଳକଙ୍କୁ ଅଭିଯୋଗ କରିଥିଲେ ହେଁ ମ୍ୟାନେଜର ତାଙ୍କ କଥା ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି। ତେଣୁ ବାଧ୍ୟ ହୋଇ ଚିନ୍ମୟ ବାପାଙ୍କ ସହିତ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଗତ କିଛି ଦିନ ହେବ ଗ୍ରାହକ ସେବା କେନ୍ଦ୍ର ଠିକ ଭାବେ ଖୋଲୁ ନ ଥିବା ରୁ ବ୍ୟାଙ୍କ ଅଧିକାରୀମାନେ ସମ୍ପୃକ୍ତ ଥିବା ସେ ଅଭିଯୋଗ କରିଛନ୍ତି। ସେହି ପରି ଖଜିରାପାଟ ଗ୍ରାମର ଶୁକଦେବଙ୍କ ଏକାଉଣ୍ଟ ରୁ ୨୯ ହଜାର ଟଙ୍କା ଉର୍ବଶୀ ମହାନ୍ତଙ୍କ ଏକାଉଣ୍ଟରୁ ୧୦ ହଜାର ଦୁଆଘାଟ ଗ୍ରାମର ସୁକୁମାରୀ ବେୱାଙ୍କ ୪୫ ହଜାର ଟଙ୍କା ଜମା ହୋଇଥିବା ଅଭିଯୋଗ କରିଛନ୍ତି ତେଣୁ ଏନେଇ ବିଧିବଦ୍ଧ ଭାବେ ତଦନ୍ତ ସହିତ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *