ଅପରାଧ

ଜମାକାରୀଙ୍କ ଟଙ୍କା ହଡପ କରି ଗିରଫ ହେଲେ ପୋଷ୍ଟ ମାଷ୍ଟର

ତୁରୁମୁଙ୍ଗା ୯-୧୧ (ଓଡିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଦମାହୁଦା ଉପ ଡ଼ାକଘର ପୋଷ୍ଟ ମାଷ୍ଟରଙ୍କୁ ପାଟଣା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ପୋଷ୍ଟ ମାଷ୍ଟ୍ରର ହେଉଛନ୍ତି ପାଟଣା ଥାନା ଗୋଜାପଥର ଗ୍ରାମର ଜଗବନ୍ଧୁ ମହାନ୍ତ। ଘଟଗାଁ ଡାକ ସବଡିଭିଜନାଲ ଇନିସପେକ୍ଟର ସମୀର ସାହୁଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ପାଟଣା ଥାନାରେ ୧୪୮/୧୮ରେ ଏକ ମାମଲା ରୁଜୁ କରି ଜମାକାରୀଙ୍କ ଟଙ୍କା ହଡପ ଓ ଠକେଇ ଅଭିଯୋଗରେ ଜଗବନ୍ଧୁଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ ୨୦୧୭ ବର୍ଷରେ ଜଗବନ୍ଧୁ ଦୁଇଜଣ ଜମାକାରୀ ସଲହା ମାରାଣ୍ଡିଙ୍କ ଠାରୁ ୪୫ ହଜାର ଓ ନରୋତ୍ତମ ନାଏକଙ୍କ ଠାରୁ ୪,୫୦୦ ମୋଟ ୪୯, ୫୦୦ଟଙ୍କା ଆତ୍ମସାତ କରିଥିବାର ଅଡ଼ିଟ ରିପୋର୍ଟରେ ଜଣା ପଡିବା ପରେ ତାଙ୍କୁ ବିଭାଗ ତରଫରୁ ଫେବୃଆରୀ ୨୦୦୧୭ରେ ନିଲମ୍ବନ କରାଯାଇଥିଲା। ଆଜି ପାଟଣା ପୋଲିସ ଆଇପିସି ଧାରା ୪୦୯, ୪୨୦ ପାଟଣା ଥାନା କେସ ନମ୍ବର ୧୪୮/୨୦୧୮ ପୋଷ୍ଟ ମାଷ୍ଟର ଜଗବନ୍ଧୁ ମହାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top