ଅପରାଧ

ଜମନକିରା ବ୍ୟାଙ୍କ ଲୁଟ ଘଟଣାର ପର୍ଦ୍ଦାଫାଶ : ୩ ପିସ୍ତଲ, ୧୨ ଗୁଳି ଓ ନଗଦ ଟଙ୍କା ସହ ୩ ଗିରଫ

ସମ୍ବଲପୁର, ୧/୯ (ଓଡ଼ିଆ ପୁଅ) – ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ଆନ୍ଧ୍ରା ବ୍ୟାଙ୍କର ଜମନକିରା ଶାଖାରେ ଗତମାସ ୩ ତାରିଖ ଅପରାହ୍ନ ୩ଟା ସମୟରେ ହୋଇଥିବା ୧୦ ଲକ୍ଷ ଟଙ୍କାର ଲୁଟ ଘଟଣାର ପର୍ଦ୍ଦାଫାଶ କରିବାରେ ପୋଲିସ ସକ୍ଷମ ହୋଇଛି। ଏ ବାବଦରେ ସୂଚନା ଦେଇ ଏସପି ସଞ୍ଜିବ ଆରୋରା କହିଛନ୍ତି ଯେ, ଏହି ଘଟଣାରେ ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ଲୁଟ ହୋଇଥିଲା। ଏ ନେଇ ଥାନାର କେସ ସଂଖ୍ୟା ୧୧୨/୨୦୧୮ ଉପରେ ଆଇପିସିର ଧାରା ୪୫୪, ୩୯୪ ଏବଂ ୨୫/୨୭ ଆର୍ମସ ଆକ୍ଟ ବଳରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ଅନୁସନ୍ଧାନ ସକାଶେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ। ଏହି ଟିମ୍ର ତଦନ୍ତ କ୍ରମେ ପଶ୍ଚିମବଙ୍ଗର ହାୱଡ଼ା ଠାରୁ ଆନ୍ତଃରାଜ୍ୟ ଅଭିଯୁକ୍ତ ଚିଆଁ (ବୁଦ୍ଧଦେବ ବିଶ୍ୱାଳ) ଏବଂ ବରଗଡ଼ ଜିଲ୍ଳାର ରାକେଶ ବେହେରା (୨୩)କୁ ଗିରଫ କରିଥିଲେ। ଏମାନେ ବ୍ୟାଙ୍କରୁ ଲୁଟ ପାଇଁ ଝାରସୁଗୁଡ଼ାରେ ଏକ ଘର ଭଡ଼ା ନେଇ ରହୁଥିଲେ ଏବଂ ଜାଲ ନମ୍ବର ଥିବା ଏକ ପଲସର ବାଇକ୍ରେ ବନ୍ଧୁକ ମୁନରେ ଅପରାଧ ଘଟାଉଥିଲେ। ଏହାବାଦ୍ ଏମାନେ ରାଞ୍ଚି ଯାଇ ଗଙ୍ଗାସାଗର ରାୟଙ୍କ ଘରେ ରହୁଥିଲେ। ପରେ ହାୱଡ଼ାରୁ ଏମାନଙ୍କୁ କାବୁ କରିବା ଉତ୍ତାରୁ ପୋଲିସ ଝାରସୁଗୁଡ଼ାକୁ ଆଣି ଏମାନେ ରହୁଥିବା ଭଡ଼ାଘରେ ଖାନତଲାସ କରିଥିଲେ। ସେଠାରୁ ନଗଦ ୧ ଲକ୍ଷ ୭୫ ହଜାର ଟଙ୍କା, ୩ଟି ଦେଶୀ ପିସ୍ତଲ, ୧୨ଟି ଜୀବନ୍ତ ଗୁଳି, ଗୋଟିଏ କଳା ଓ ନୀଳ ରଙ୍ଗର ହେଲମେଟ, ତିନୋଟି ନମ୍ବର ପ୍ଲେଟ ଜବତ କରିଥିଲେ। ଚିଆଁର ନାମରେ ଓଡ଼ିଶା ଏବଂ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ଗୋଟିଏ ହତ୍ୟା ସହିତ ୧୨ଟି ଡକାୟତି ମାମଲା ରହିଥିବା ବେଳେ ରାକେଶ ଏବଂ ଉତ୍ତର ପ୍ରଦେଶ ଗାଜିପୁର ଜିଳ୍ଳା ମୁଣ୍ଢେର ଥାନାର ବାସିନ୍ଦା ଗଙ୍ଗାସାଗର ରାୟଙ୍କ ନାମରେ ମଧ୍ୟ ବିଭିନ୍ନ ମାମଲା ରହିଛି। ୨୦୦୫ରେ ଝାରସୁଗୁଡ଼ା ଜିଲ୍ଳା କନକତୁରା ଗ୍ରାମୀଣ ବ୍ୟାଙ୍କ ଲୁଟ ମାମଲା ମଧ୍ୟ ରହିଛି। ଚିଆଁ ଛତିଶଗଡ଼ର ଚାପ୍ଲେ ଥାନା ଅଞ୍ଚଳର ୨ଟି ବ୍ୟାଙ୍କରେ ଗୋଟିଏ ଦିନରେ ଓ ୪୫ ମିନିଟ ବ୍ୟବଧାନରେ ଦୁଇଟି ବ୍ୟାଙ୍କ ଡକାୟତି କରିଥିବା ଅଭିଯୋଗ ରହିଛି ବୋଲି ଏସପି ଶ୍ରୀ ଆରୋରା କହିଛନ୍ତି। ଜିଲ୍ଲାର ଡିଏସପି ଶ୍ରୀମନ୍ତ ବାରିକ, ଇନ୍ସପେକ୍ଟର ପ୍ରଶାନ୍ତ କୁମାର ମେହେର, ସବ୍ଇନ୍ସପେକ୍ଟର ସୁରେଶ ସାହୁ ଏବଂ ଜିଲ୍ଲା ପୋଲିସ କାର୍ଯ୍ୟାଳୟର ବରିଷ୍ଠ ଷ୍ଟେନୋଗ୍ରାଫର ବିନୋଦ ସାହୁଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ପୋଲିସ ଟିମ୍ ଏହି ଧରପକଡ଼ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top