ଜବର ଦଖଲରେ ବିଦ୍ୟାଳୟ ସଂପତି ; କ୍ଲବ ଘରେ ହେଉଛି ପାଠପଢା

ତିର୍ତ୍ତୋଲ ୫୦/୦୧ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ଥାନା ଅନ୍ତର୍ଗତ ତାଳପଡା ମୈାଜାର ଖାତା ନଂ ୮୨୪, ପ୍ଲଟ ନଂ ୧୮୬୩ ଶିକ୍ଷା ବିଭାଗ ଅଧିନରେ ରହିଛି। ଏଠାରେ ଗ୍ରାମ୍ୟ କମିଟି ତରଫରୁ ପଙ୍କଜ ବିହାରୀ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହେବା ବଦଳେ କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ବେଆଇନ ଦଖଲ କରି ଘରବାଡୀ କରିଛନ୍ତି ଫଳରେ ବିଦ୍ୟାଳୟଟି ଏକ କ୍ଲବ ଘରେ ଦୟନୀୟ ଅବସ୍ଥାରେ ଚାଲୁଅଛି। ଦୀର୍ଘଦିନ ଧରି ଶିକ୍ଷା ବିଭାଗର ସଂପତିକୁ ଏହି ବେଆଇନ ଦଖଲ ଉଚ୍ଛେଦ କରିବା ପାଇଁ ୧୯୯୫ ମସିହା ଠାରୁ କୁଜଙ୍ଗ ତହସିଲଦାର କେବଳ ଏକ ଅବରୋଧ ମାମଲା ରଜୁ କରିଛନ୍ତି। ୨୦୦୩ ମସିହା ଠାରୁ ପଙ୍କଜ ବିହାରୀ ପ୍ରାଥମିକ ବିଦ୍ୟାଳୟ ବୀଣାପାଣି ପାଠାଗାର ଗୋଟିଏ କୋଠରି ଭିତରେ ୫ଟି ଶ୍ରେଣୀର ୩୧ ଜଣ ଛାତ୍ରଛାତ୍ରୀ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି। ମଧ୍ୟାହ୍ନ ଭୋଜନ,  ଖେଳକୁଦ,  ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ହେବାରେ ଘୋର ଅନ୍ତରାୟ ଦେଖାଦେଇଛି। ଗ୍ରାମବାସୀ ଏ ସଂପର୍କରେ ଜିଲ୍ଲାପାଳଙ୍କ ନିକଟରେ ଏକାଧିକ ବାର ଆପତି କରି ମଧ୍ୟ ସୁଫଳ ପାଇ ପାରିନାହାନ୍ତି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ, ରାଜସ୍ୱ ବିଭାଗ, ଜିଲ୍ଲାପାଳ, କୁଜଙ୍ଗ ତହସିଲଦାର ଏବଂ ଶିକ୍ଷା ବିଭାଗର ସଂପତିକୁ ବେଆଇନ ଦଖଲ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କନୈକ ସରକାରୀ କର୍ମଚାରୀ ଘରକରି ବ୍ୟବସାୟ ପ୍ରତିଷ୍ଠାନକୁ ଭଡାଦେବା ସଂପର୍କରେ ତାଳପଡା ଗ୍ରାମବାସୀଙ୍କ ପକ୍ଷରୁ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଜ୍ୟୋତି ରଞ୍ଜନ ସାହୁ, ଅଜୟ କୁମାର ମଲ୍ଲ,  ବିଜୟ କୁମାର ଦାଶ ପ୍ରମୁଖ ମାନ୍ୟବର ଉଚ୍ଚନ୍ୟାୟାଳୟରେ ପି.ଆଇ.ଏଲ ନଂ ୨୦୩୭/୨୦୧୬ ଏକ ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି ଯାହାକି ଅଦ୍ୟାବଧି ବିଚାରଧିନ ରହିଛି।ଆଇନ ର ପଶାପାଲିରେ କୋମଳମତୀ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ବନ୍ଧାପଡିଛି। ବିଦ୍ୟାଳୟ ଚାଲୁଥିବା କ୍ଲବ ଘରଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପହଚିଂଲାଣି ଶିକ୍ଷା ବିଭାଗରୁ ବିଦ୍ୟାଳୟର ଉନ୍ନୟନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଲଙ୍କା କ୍ଲବ ଘରେ ବିଦ୍ୟାଳୟ ଚାଲୁଥିବାରୁ କାମ ନହୋଇ ଫେରିଯାଉଛି। ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସ୍ଥାନିୟ ଅଚଂଳବାସୀ, ବୁଦ୍ଧିଜିବୀ, ସାଧାରଣ ଲୋକେ ଉଚ୍ଚ କତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *