ଓଡ଼ିଶା

ଜବରଦଖଲ ଯୋଗୁ ସଂକୁଚିତ ହେଉଛି ପୁରୀ ବଡ଼ଦାଣ୍ଡ

ପୁରୀ:୧୯/୫(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସିଂହଦ୍ୱାର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରାସ୍ତା ବଡ଼ଦାଣ୍ଡ ରୂପେ ବେଶ ପରିଚିତ ଏତେ ବଡ଼ ଚଉଡ଼ା ରାସ୍ତା ଅନ୍ୟସ୍ତାନରେ ଦେଖାଯାଏ ନାହିଁ। ଜବରଦଖଲ ଯୋଗୁ ବଡ଼ଦାଣ୍ଡ ଦିନକୁଦିନ ତାରମାନ୍ୟତା ହରାଇବାକୁ ବସିଲାଣି ସେହି ପରି ସିଂହଦ୍ୱାର ଠାରୁ ଗୁଣ୍ଡିଚାମନ୍ଦିର ପର୍ଯ୍ୟନ୍ତ ରାସ୍ତା ୩.୫ କିଲୋମିଟର ରାସ୍ତାକୁ ଜାତୀୟ ରାଜପଥ ମିଳିଛି। ଜାତୀୟ ରାଜପଥର ଉଭୟ ପାଶ୍ୱରେ କୈାଣସି ଦୋକାନ ବଜାର ରହିବା ନିୟମ ନଥିଲେ ମଧ୍ୟ ଏଠାରେ ମାଳମାଳ ଦୋକାନ ଖୋଲିଯାଇଥିବା ଦେଖିବାକୁ ମିଳେ। ସିଂହଦ୍ୱାର ଠାରୁ ଗୁଣ୍ଡିଚାମନ୍ଦିର ପର୍ଯ୍ୟନ୍ତ ରାସ୍ତା ଉଭୟ ପାର୍ଶ୍ୱରେ ଉଠାଦୋକାନି, କ୍ୟାବିନ, ଠେଲାଗାଡ଼ି ରହୁଥିବା ଯୋଗୁ ଦିନକୁଦିନ ରାସ୍ତାସଂକୁଚିତ ହୋଇପଡ଼ୁଛି। ରାସ୍ତା ପାର୍ଶ୍ୱରେ ବେଆଇନ ଟ୍ୟାକ୍ସି, ଅଟୋରିକ୍ସା, ମିନିଟ୍ରକ ଓ ବସ୍ ଗୁଡ଼ିକ ପାର୍କିଂ କରିବା ଯୋଗୁ ରାସ୍ତାରେ ଯିବାଆସିବା କରିବା କଷ୍ଟ କର ହୋଇପଡ଼ୁଛି। ଡ଼ାକ୍ତରଖାନା ରାସ୍ତଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ଜବରଦଖଲକାରୀଙ୍କ କବଳରେ ରହିଥିଲେ ସୁଧା ଜାତୀୟପଥ ପାଥିକରଣ, ଜିଲ୍ଲାପ୍ରସାଶନ, ପୈାରପ୍ରସାଶନ ଓ ପୋଲିସପ୍ରସାଶନ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ରାସ୍ତା ଅବରୋଧ ଯୋଗୁଁ ଦିନକୁ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ପୁରୀ ସହର ଜବରଦଖଲକାରୀଙ୍କପାଇଁ ପୁରୀ ସହର ଭୂସ୍ୱର୍ଗ ପାଲିଟିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top