ଜିଲ୍ଲା ପରିକ୍ରମା

ଜନ ସଚେତନତା ଅଭିଯାନ ସଦସ୍ୟଙ୍କୁ ସ୍ୱାଗତ

ବୈାଦ୍ଧ,୧୬ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜନ ସଚେତନତା ପାଇଁ ଆସିଥିବା ସୁନ୍ଦରଗଡ଼ ଜିଲା ବରଗାଁ ଆଇ.ଟି.ଆଇ ର ଛାତ୍ରଛାତ୍ରୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଛି । ଏହି ଅଭିଯାନରେ ଆଇ.ଟି.ଆଇ ର ୬୦ଜଣ ଛାତ୍ରଛାତ୍ରୀ ସ୍ୱଛ ଭାରତ, ରକ୍ତ ଦାନ, ସଡ଼କ ସୁରକ୍ଷା, ଖାଉଟି ସୁରକ୍ଷା, ଜଙ୍ଗଲ ସୁରକ୍ଷା, ବୟୋଜ୍ୟେଷ୍ଠଙ୍କୁ ସମ୍ମାନ ଆଦି ବିଭିନ୍ନ ବାର୍ତ୍ତା ନେଇ ପଥପ୍ରାନ୍ତ ନାଟକ,ସଭାସମିତି, ର୍ୟାଲି, ନୃତ୍ୟ ଗୀତ ମାଧ୍ୟମରେ ଜନସଚେତନତା ସୃଷ୍ଟି ଉଦେ୍ଦଶ୍ୟରେ ରାଜ୍ୟ ବ୍ୟାପି ଭ୍ରମଣ କରି ବୌଦ୍ଧ ଜିଲାରେ ପହଂଚିଥିଲେ । ଜିଲାପାଳ ମଧୁୁସୁଦନ ମିଶ୍ରଙ୍କ ନେତୃତ୍ୱରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ, ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଗ୍ରାମବାସୀଙ୍କ ଦ୍ୱାରା ଏହି ଅଭିଯାନର ସଦସ୍ୟମାନଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେବା ସଙ୍ଗେ ସଙ୍ଗେ ସ୍ୱାଗତ କରାଯାଇ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା । ଏହି ଶୋଭାଯାତ୍ରାରେ ବିଦ୍ୟାଳୟର କବ୍ ବୁଲବୁଲ (ସ୍କାଉଟ) ର ଛାତ୍ରମାନେ ବ୍ୟାଣ୍ଡ୍ ସହ ପ୍ୟାରେଡ଼୍ କରି ନେତୃତ୍ୱ ନେଇଥିବା ବେଳେ ଜିଲାପାଳ ତଥା ଜିଲାସ୍ତରୀୟ ଅଧିକାରୀମାନେ ସାମିଲ ହୋଇଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ଜିଲାପାଳ ଶ୍ରୀମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିଯାନ- ୨୦୧୮ ର ସମସ୍ତ ବାର୍ତ୍ତା ସମ୍ପର୍କରେ ଆଲୋକପାତ କରଥିଲେ । ଅଭିଯାନର ନେତୃତ୍ୱ ନେଇଥିବା ଡ଼ଃ ଅରୁଣ କୁମାର ନାଏକ ଏହାର ଲକ୍ଷ ଓ ଉଦେ୍ଦଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜଳ ଓ ପରିମଳ ବିଭାଗର ନିର୍ବାହି ଅଧିକାରୀ ଶ୍ରୀଯୁକ୍ତ ମନିହିରା ଜଳ ସଂରକ୍ଷଣ ଓ ସ୍ୱଛତା ସମ୍ପର୍କରେ ସଚେତନ ହେବା ନିମନ୍ତେ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଛାତ୍ରୀ ବନିଶା ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । ଶେଷରେ ଅଭିଯାନ-୨୦୧୮ ପକ୍ଷରୁ ରକ୍ତ ଦାନ ମହାପୁଣ୍ୟ ସମ୍ପର୍କରେ ନୃତ୍ୟ ନାଟିକା ପରିବେଷଣ କରି ସଚେତନତା କରାଯାଇଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱଛ ଭାରତ ଉପରେ ଏକ ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଶିତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ନିବେଦିତା ସାହୁ,ସୁଦେଷ୍ଣା ଶତପଥୀ,ନବନିତା ବେହେରା,ପୁର୍ଣ୍ଣମାସୀ ମିଶ୍ର, ସୁକାନ୍ତି ସାହୁ ଓ ନମ୍ରତା ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top