Home ଜିଲ୍ଲା ପରିକ୍ରମା ଜନ ସଂପର୍କ ଯାତ୍ରା:ସୋହେଲା ନାଗରିକ କମିଟିକୁ ଭେଟିଲା ବିଜେପି

ଜନ ସଂପର୍କ ଯାତ୍ରା:ସୋହେଲା ନାଗରିକ କମିଟିକୁ ଭେଟିଲା ବିଜେପି

83

ବରଗଡ଼:ବରଗଡ଼ ବିଜେପି ପକ୍ଷରୁ ଜନ ସମ୍ପର୍କ ଯାତ୍ରା ଅବସରରେ ସୋହେଲାର ନାଗରିକ କମିଟିକୁ ସ୍ଥାନୀୟ ମୋଟର ମାଲିକ ସଂଘ କାର୍ଯ୍ୟାଳୟରେ ସାକ୍ଷାତ କରି ମୋଦୀ ସରକାରଙ୍କର ଚାରି ବର୍ଷ ପୂର୍ତ୍ତି ଅବସରରେ ଦେଶ ଓ ଅଂଚଳର ବିକାଶ କଥା ଆଲୋଚନା କରାଯାଇଥିଲା।ସମ୍ପର୍କ ଅଭିଯାନରେ ବିଜେପି ନେତା ସୁବାଷ ଚୌହାନ,ଇଂ ଦେବବ୍ରତ ମିଶ୍ର,ସୁଶାନ୍ତ ମିଶ୍ର,ଉମେଶ ବେହେରା,ଜୟନ୍ତ ଷଣ୍ଢ,ରଘୁନାଥ ପାଣ୍ଡେ ଆଦି ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ନାଗରିକ କମିଟି ତରଫରୁ ରାମ ନିବାସ ଅଗ୍ରୱାଲ,ପ୍ରମୋଦ ଦେବତା,ଲଳିତ ଅଗ୍ରୱାଲ,ଅନୀଲ କୁମାର ପ୍ରଧାନ,ଦୁଖୁ ଠାକୂର,ରମାକାନ୍ତ ସାହୁ ତଥା ଅନେକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।
୧୯୭୦ ଦଶକରେ ବରଗଡ଼ ସୋହେଲା ଦେଇ ରାୟପୁର ସହରକୁ ଏକ ରେଳ ଲାଇନର ସର୍ଭେ ହୋଇଥିଲା ତାକୁ ପୁଣି ଥରେ ସର୍ଭେ କରି କାର୍ଯ୍ୟକାରୀ ହେଲେ ଅଂଚଳର ବିକାଶ ହେବ ବୋଲି ନାଗରିକ କମିଟି ଯୁକ୍ତି ବାଢିଥିଲା।ରେଲୱେ ବୋର୍ଡ ସଦସ୍ୟ ସୁବାସ ଚୌହାନ ଏନେଇ ସହମତି ପ୍ରକାଶ କରିଥିଲେ ଏବଂ ଏଥି ସମ୍ବଦ୍ଧିୟ ପୁରୁଣା କାଗଜ ପତ୍ର ବାହାର କଲେ,ତାକୁ ଆଗକୁ ବଢ଼ାଇବା ବୋଲି କହିଥିଲେ।

ସୋହେଲା ଅଂଚଳରେ ଜଳସେଚନର ବ୍ୟାପକ ସମସ୍ୟା ରହିଛି।ନାଗରିକ କମିଟି ସହଯୋଗ କଲେ ହୀରାକୁଦ ଜଳଭଣ୍ଡାରର ପାଣି ସିଧାସଳଖ କେନାଲ ଯୋଗେ ସୋହେଲା ବ୍ଲକକୁ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯାଇପାରିବ।ଯାହାକି ହୀରାକୁଦ ବନ୍ଧ ନିର୍ମାଣ ସମୟରେ ସର୍ଭେ କରାଯାଇଥିଲା।ଦଳ ମତ ନିର୍ବିଶେଷରେ ଏନେଇ ସମସ୍ତେ ସହଯୋଗ କଲେ ଅଂଚଳର ଚାଷୀ ଓ ଚାଷକୁ ମରୁଡି ଦାଉରୁ ରକ୍ଷା କରାଯାଇ ପାରିବ ବୋଲି ଶ୍ରୀ ଚୌହାନ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.