ଜିଲ୍ଲା ପରିକ୍ରମା

ଜନ୍ମକଲା ପୁଅ ବୋହୁ ପର କରିଦେଲେ, ଦୁଇ କଲେଜ ଛାତ୍ରୀ ସହାୟତା ର ହାତ ବଢାଇଲେ ବୃଦ୍ଧାଙ୍କୁ

ମାଲକାନଗିରି, ୨୧ା୮ (ଓଡିଆ ପୁଅ ) ଜନ୍ମକଲା ପୁଅ ଓ ବୋହୁ ପରକରିଦେଲେ ବୃଦ୍ଧା ମା ଙ୍କୁ, ପ୍ରବଳ ବର୍ଷାରେ ପେଟଚାଖଣ୍ଡକ ପାଇଁ ବାରଦୁଆର ବୁଲୁଥିବା ଏହି ଅସହାୟ ବୃଦ୍ଧାଙ୍କୁ ସହାୟତାର ହାତ ବଢାଇଛନ୍ତି ଦୁଇଜଣ କଲେଜ ଛାତ୍ରୀ। ଜିଲ୍ଲାସଦର ମହକୁମାସ୍ଥ ରିକ୍ଲାମେସନ କଲୋନିର ବିଦ୍ୟାଧର ନାୟକ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ ଘରେ ଥିବା ବୃଦ୍ଧା ମାଙ୍କୁ ମାଡମାରି ବାରମ୍ବାର ନାନା ପ୍ରକାର ହଇରାଣ କରିଥାନ୍ତି। ଗତ କିଛିଦିନତଳେ ବିଦ୍ୟାଧର ରୋଗରେ ପଡି ସେ କଟକ ମେଡିକାଲକୁ ଚିକିତ୍ସା ପାଇଁ ପଳାଇଥିବା ବେଳେ ତାଙ୍କ ପତ୍ନୀ ଘରେ ଥିବା ବୃଦ୍ଧା ଶାଶୁଙ୍କ ଉପରେ ଅତାଚାର ଆରମ୍ଭ କରିଦେଲେ। ଏ ପରିକି ଖାଇବାକୁ ଦେଲେ ନାହିଁ, ବର୍ଷାରେ ମାଡମାରି ଘରୁ ବାହାର କରିଦେଲେ, କେତେଦିନ ବା ସେ ଭୋକଉପାସରେ ରହିବେ ତେଣୁ ବୃଦ୍ଧା ଘରଛାଡି ବାରଦୁଆର ବୁଲି ଭିକମାଗି ଖାଇଲେ, ଗତ ଦୁଇଦିନହେଲେ ପ୍ରବଳବର୍ଷା ହେବାରୁ ବୃଦ୍ଧା ଜଣଙ୍କ କେଉଁ ଆଡକୁ ଯାଇ ପରିନଥିଲେ। ଶନିମନ୍ଦିର ମହିଳାକଲେଜ ନିକଟ ରାସ୍ତାକଡରେ ବୁଲୁଥିଲେ। ବର୍ଷାରେ ଜଣେ ବୃଦ୍ଧା ଓଦାହୋଇ ବୁଲିଥିବାର ଦେଖି ସେହି ରାସ୍ତାରେ ଯାଉଥିବା ମଡେଲଡିଗ୍ରୀ କଲେଜର ଯୁକ୍ତଦୁଇର ଛାତ୍ରୀ ବିପାସା ମଣ୍ଡଳ ଓ ସୁରଭି ହାଲଦାର ସେଠାରେ ଅଟକି ରହିଥିଲେ। ବୃଦ୍ଧାଙ୍କୁ ଧରି ଉଠାଇ ଥିଲେ, ତାଙ୍କ ଦେହରେ ଖଇଫୁଟିଲା ପରି ଜ୍ୱର ଦେଖି ଏହି ଛାତ୍ରୀ ଙ୍କ ନିକଟରେ ଥିବା ଭିକ୍ସ ବୃଦ୍ଧାଙ୍କ ମୁଣ୍ଡରେ ଲଗାଇ ମାଲିସ କରି ସାଷ୍ଟମ କରିଥିଲେ। ବୃଦ୍ଧା ଟିକିଏ ସୁସ୍ଥ ହେବାପରେ ଦୋକାନରୁ ପାମି ଓ ଜଳଖିଆ ଆଣି ତାଙ୍କୁ ଖାଇବାକୁ ଦେଇ ଚିକିତ୍ସା ପାଇଁ ହସପିଟାଲକୁ ପଠାଇଦେଇ ଥିଲେ। ପରିଣତ ବୟସରେ କୂଳଦୀପ ପୁଅ ଓ ବୋହୁ ପେଟକୁ ଦାନାଦେଇ ପୋଷିବେ ବୋଲି ଭାବିଥିଲେ ବୃଦ୍ଧା ହେଲେ କୂଳବୋହୁ ମାଡଦେଇ ପରକରି ବାହରକୁ ଫିଙ୍ଗିଦେଲେ। ପରିଣତ ବୟସରେ ବୃଦ୍ଧା ପେଟପାଇଁ ବାରଦୁଆର ବୁଲି ହାତପତାଉଥିବା ବେଳେ ସହାୟତାର ହାତ ବଢାଇ ଦୁଇ ଛାତ୍ରୀ ବୃଦ୍ଧାଙ୍କୁ ସେବା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ରାସ୍ତାରେ ବର୍ଷାରେ ଭିଜି ବୁଲୁଥିବା ବୃଦ୍ଧାଙ୍କୁ ସହାୟତା ଯୋଗାଇ ଦେଇଥିବା ଏହି ଦୁଇଛାତ୍ରୀ ଙ୍କୁ ସହରବାସୀ ସାଧୁବାଦ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top