ଜନ୍ମଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ତିର୍ତ୍ତୋଲ, ୫/୮ (ଓଡ଼ିଆ ପୁଅ/ଟୁକନ ସେଠୀ) : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତାରୋତୋଲ ଠାରେ ଥିବା ବଉଳାଙ୍ଗ କାର୍ତ୍ତିକେଶ୍ୱର ପୂଜା ମଣ୍ଡପରେ ଶ୍ରୀ ଶ୍ରୀ ବଡ ମା’ ଙ୍କ ଜନ୍ମ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୁଳଚନ୍ଦ୍ରଙ୍କ ଲିଳାସଙ୍ଗିନୀ ତଥା ସତ୍ସଙ୍ଗ ଜଗତର ପରମପୂଜନିୟା ଶ୍ରୀ ଶ୍ରୀ ବଡ ମା’ଙ୍କର ୧୨୫ତମ ଜନ୍ମ ମହୋତ୍ସବ ଆସନ୍ତା ୧୨ ତାରିଖ ରବିବାର ସାରା ଦିବସ ବ୍ୟାପି ବବିଧ ମାଙ୍ଗଳିକ ଅନୁଷ୍ଠାନ ସହିତ ପାଳନ କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା। ଏହି ବୈଠକରେ ସତ୍ସଙ୍ଗର ରିତିକ୍ ରତ୍ନାକର ନାୟକ ସଭାପତିତ୍ୱ କରିଥିବା ବେଳେ କୃଷ୍ଣଚନ୍ଦ୍ର ମହାପାତ୍ର, ଉତ୍ତମ ଚରଣ ରାଉତ, ରଞ୍ଜିତ ଭାଇ, ଲେପଟାଣ୍ଟ ଜ୍ଞାନଜ ସାମନ୍ତରାୟ, ଅକ୍ଷୟ କୁମାର ପରିଜା, ଭାଗିରଥି ପରିଜା, ଉମାକାନ୍ତ ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ଟୁକନ ଚରଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *