ଓଡ଼ିଶା

ଜନସ୍ୱାର୍ଥ ମକଦ୍ଦମାରେ ପଂଚାୟତରାଜ ସଚିବଙ୍କୁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ବ୍ଲକ୍ ଅଧୀନ କଲେଇ ଗ୍ରା.ପ.ର କଲେଇ ଗ୍ରାମର ଗ୍ରାମ ରାସ୍ତାଟି ଭଂଗାରୁଜା ହୋଇ ଯାତାୟତ ନିମନ୍ତେ ଅନୁପଯୋଗୀ ହୋଇଥିବାରୁ ଏହାକୁ ନିର୍ମାଣ ଓ ମରାମତି କରାଯିବା ନିମନ୍ତେ ଗ୍ରାମବାସୀମାନଙ୍କ ତରଫରୁ ଭଦ୍ରକ ବି.ଡି.ଓ. ଙ୍କୁ ଏକ ପବ୍ଲିକ୍ ପିଟିସନ୍ ଦିଆଯାଇଥିଲା। ଏହି ଗ୍ରାମ ରାସ୍ତାର ମରାମତି ଓ ନିର୍ମାଣ ସମ୍ବନେ୍ଧ ଗତ ୨୦୧୭ ମଇ ୨୭ ତାରିଖରେ କଲେଇ ଗ୍ରା.ପ. ଏକ ପଲ୍ଲୀସଭା ରିଜୋଲୁ୍ୟସନ ହୋଇଥିଲେ ହେଁ ଏହା ସରକାରୀ ସ୍ତରରେ ଅନୁମୋଦନ ହୋଇନଥିଲା। ଭଦ୍ରକ ବି.ଡି.ଓ., ଗ୍ରାମବାସୀମାନଙ୍କର ଗ୍ରାମ ରାସ୍ତା ନିର୍ମାଣ ସମ୍ବନ୍ଧରେ ପବ୍ଲିକ୍ ପିଟିସନ୍ ପାଇବା ପରେ ଆସିଷ୍ଟାଣ୍ଟ ଇଂଜିନିୟର ଙ୍କୁ ସ୍ପଟ୍ ଇନ୍କୁ୍ୟାରୀ କରି ରିପୋର୍ଟ ଦାଖଲ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଭଦ୍ରକ ବ୍ଲକ୍ର ଆସିଷ୍ଟାଣ୍ଟ ଇଂଜିନିୟରଙ୍କୁ ବିଡିଓଙ୍କର ନିର୍ଦ୍ଦେଶ ମୁତାବକ ସ୍ପଟ୍ ଇନ୍କୁ୍ୟାରୀ କରି ତାଙ୍କର ରିପୋର୍ଟକୁ ବିଡିଓଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ ଯେ କଲେଇ ଗ୍ରାମ ରାସ୍ତାକୁ ପୁନଃ ନିର୍ମାଣ ନିମନ୍ତେ ୧୨ ଲକ୍ଷ ଟଙ୍କା ଆବଶ୍ୟକ ହେଉଅଛି। ଏହାପରେ ବିଡିଓ ଆସିଷ୍ଟାଣ୍ଟ ଇଂଜିନିୟରଙ୍କ ରିପୋର୍ଟକୁ ଭିତ୍ତିକରି ଗତ ଫେବୃୟାରୀ ୧୬ ତାରିଖରେ ଭଦ୍ରକ ଜିଲା ପ୍ରୋଜେକ୍ଟ ଡାଇରେକ୍ଟରଙ୍କୁ ଏହି ରାସ୍ତା ନିର୍ମାଣ ନିମନ୍ତେ ୧୨ ଲକ୍ଷ ଟଙ୍କା ସରକାରୀ ଅନୁମୋଦନ କରିବା ପାଇଁ ସରକାରଙ୍କୁ ଚିଠି ଲେଖିବାକୁ ନିବେଦନ କରିଥିଲେ। ଏହାପରେ ଗ୍ରାମବାସୀମାନେ ଏହି ରାସ୍ତାର ପୁନଃ ନିର୍ମାଣ ନିମନ୍ତେ ଆବଶ୍ୟକ ହେଉଥିବା ୧୨ ଲକ୍ଷ ଟଙ୍କା ମଂଜୁର କରିବା ନିମନ୍ତେ ଓଡ଼ିଶା ସରକାରଙ୍କର ପଂଚାୟତରାଜ ବିଭାଗର ସଚିବଙ୍କୁ ଏକ ଲିଖିତ ଜନ ଅଭିଯୋଗ ମାଧ୍ୟମରେ ସେହି ଫେବୃୟାରୀ ୨୩ ରେ ନିବେଦନ କରିଥିଲେ। ମାତ୍ର ପଂଚାୟତରାଜ ବିଭାଗର ସଚିବ ଏହି ଜନ ଅଭିଯୋଗ ଉପରେ କୌଣସି ଗୁରୁତ୍ୱ ନଦେବା ଓ ଗ୍ରାମ ରାସ୍ତା ନିର୍ମାଣ ନିମନ୍ତେ ଆବଶ୍ୟକ ହେଉଥିବା ୧୨ ଲକ୍ଷ ଟଙ୍କା ମଂଜୁର ନକରିବାରୁ ଗ୍ରାମବାସୀମାନଙ୍କ ତରଫରୁ ରାଜେନ୍ଦ୍ର ପ୍ରସାଦ ପରିଡା, ନାରାୟଣ ପରିଡା, ଗଜେନ୍ଦ୍ର ପରିଡା, ରମେଶ ଚନ୍ଦ୍ର ନାୟକ, ସୁବାଷ କୁମାର ନାୟକ, ବିଜୟ କୁମାର ନାୟକ, ମାର୍କଣ୍ଡ ଲେଙ୍କା ଓ ନୀଳମଣି ନାୟକମାନେ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଡବ୍ଲ୍ୟୁ.ପି. (ସି) ନଂ ୬୨୦୯/୧୮ ଏକ ଜନସ୍ୱାର୍ଥ ମକଦ୍ଦମା ଆଗତ କରିଥିଲେ। ସେମାନେ ତାଙ୍କ ଗ୍ରାମ ରାସ୍ତା ନିର୍ମାଣ ନିମନ୍ତେ ଆବଶ୍ୟକ ହେଉଥିବା ୧୨ ଲକ୍ଷ ଟଙ୍କାକୁ ମଂଜୁର କରିବା ପାଇଁ ପଂଚାୟତରାଜ ସଚିବଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ମାନ୍ୟବର ହାଇକୋର୍ଟ ଏହି ଜନସ୍ୱାର୍ଥ ମକଦ୍ଦମାଟିକୁ ବିଚାର କରି ଗତମାସ ଜୁନ୍ ୨୬ ତାରିଖରେ ତାଙ୍କ ରାୟରେ ପଂଚାୟତରାଜ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ମାନ୍ୟବର ହାଇକୋର୍ଟଙ୍କ ରାୟର ନକଲ କପି ଓ ଗ୍ରାମବାସୀମାନଙ୍କର ଫେବୃୟାରୀ ୨୩ ର ପବ୍ଲିକ ପିଟିସନ୍ର ନକଲ କପି ପାଇବାର ୬ ସପ୍ତାହ ମଧ୍ୟରେ ଏହାକୁ ଫଇସଲା କରିବେ ଓ ଏହି ସମ୍ବନ୍ଧରେ ଏକ ରିଜୋନଡ୍ ଅର୍ଡର ଓ ସ୍ପିକିଂ ଅର୍ଡର ମଧ୍ୟ କରିବେ। ଏହି ମକଦ୍ଦମାରେ ପଂଚାୟତରାଜ ବିଭାଗ ସଚିବଙ୍କ ସହିତ ଜିଲାପଳ, ପିଡି ଓ ବିଡିଓ ପ୍ରମୁଖ ଏଥିରେ ପକ୍ଷଭୁକ୍ତ ଅଛନ୍ତି। ଏହି ମକଦ୍ଦମାଟିକୁ ଓଡ଼ିଶା ହାଇକୋର୍ଟର ଆଡଭୋକେଟ୍ ଅମ୍ବୁଜବନ୍ଧୁ ପରିଡା ପରିଚାଳନା କରୁଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top