ଜନସମୀକ୍ଷାର ୩୮ତମ ବାର୍ଷିକୋତ୍ସବ

ସମ୍ବଲପୁର, ୯/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁରରୁ ପ୍ରକାଶ ପାଉଥିବା ସାପ୍ତାହିକ ଜନସମୀକ୍ଷାର ୩୮ତମ ବାର୍ଷିକୋତ୍ସବ ସ୍ଥାନୀୟ ଚିତ୍ରଗୁପ୍ତ କଲ୍ୟାଣ ସଂଘ ହଲଠାରେ ପାଳନ କରାଯାଇଛି। ଏଥିରେ ଶ୍ରୀମତୀ ପ୍ରଣତି ପଟ୍ଟନାୟକ ମୁଖ୍ୟ ଅତିଥି, ଅରବିନ୍ଦ ମହାପାତ୍ର ମୁଖ୍ୟବକ୍ତା ଏବଂ ଶଶୀଭୂଷଣ ତ୍ରିପାଠୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପ୍ରତିକୃତୀରେ ପୂଜାର୍ଚ୍ଚନା କରାଯାଇଥିଲା। ଗୋପୀନାଥ ଷଡ଼ଙ୍ଗୀ, ପଦ୍ମିନୀ ବେହେରା, ଯଦୁମଣୀ ବେହେରା ପ୍ରମୁଖ ଅତିଥିମାନଙ୍କ ସହିତ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସର୍ବଶ୍ରୀ ଆର୍ତ୍ତତ୍ରାଣ ମିଶ୍ର, ବେଣୁଧର ଦାଶ, ବୈଦେହୀ ପୁରୋହିତ, ଇଂ ଜୟଦ୍ରଥ ପଣ୍ଡା, ଡା. ରମାବଲ୍ଲଭ ମିଶ୍ର, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଶିବ ପ୍ରସାଦ ତ୍ରିପାଠୀ, ଚଞ୍ଚଳା ବନିକ୍ ପ୍ରମୁଖ ସହରର ବହୁ ବୁଦ୍ଧିଜୀବୀ ଏଥିରେ ଅଂଶଗ୍ରହଣ କରିଥିଲେ। ଶେଷରେ ଗୋପୀନାଥ ଷଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଜନସମୀକ୍ଷାର ପୁରୋଧା ସ୍ୱର୍ଗତ ରସରାଜ ସୁନୀଲ ମିଶ୍ରଙ୍କ ସାହିତ୍ୟ, ଆଇନ ଏବଂ ସାମ୍ବାଦିକତା କ୍ଷେତ୍ରରେ ଥିବା ଅବଦାନକୁ ସ୍ମରଣ କରାଯାଇଥିଲା। ଏହାର ସମ୍ପାଦିକା ସବିତା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *