ଅନୁଗୁଳ

ଜଣ୍ଡିସ୍ ରୋକିବାରେ ପ୍ରଶାସନିକ ବିଫଳତା ଅଭିଯୋଗ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କାଉନସିଲରଙ୍କ ଧାରଣା

ତାଳଚେର, ୪/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ସହରରେ ଜଣ୍ଡିସ୍ ର ପ୍ରାଦୁର୍ଭାବ ବୃଦ୍ଧି ପାଉଛି। କିନ୍ତୁ ଏହାକୁ ସ୍ଥାନୀୟ ପ୍ରଶାସନ, ପୌରପରିଷଦ କିମ୍ବା ଜନସ୍ୱାସ୍ଥ୍ୟ ବିଭାଗ ହାଲୁକାଭାବେ ନେଇ କୌଣସି ବିହିତ ପଦକ୍ଷେପ ନେଉ ନଥିବାରୁ ବିଜେପି କାଉନସିଲରମାନେ ଆଜି ସକାଳ ୯ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କାଉନ୍ସିଲରଙ୍କ କହିବା ଅନୁସାରେ ସେମାନେ ଗତ ତା୨୨.୦୫.୧୮ରିଖରେ ତାଳଚେରରେ ବ୍ୟାପୁଥିବା ଜଣ୍ଡିସ୍ ପ୍ରତି ଧ୍ୟାନ ଦେବାପାଇଁ ତାଳଚେର ଉପଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଥିଲେ। ଯଦି ଜଣ୍ଡିସ୍ ରୋଗ ପ୍ରତି କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଗାମୀ ଦିନରେ ଧାରଣା ଦେବେ। କାଉନ୍ସିଲରମାନଙ୍କ ଅଭିଯୋଗ ମୁତାବକ ସ୍ଥାନୀୟ ପୌରପରିଷଦ, ଜନସ୍ୱାସ୍ଥ୍ୟ ବିଭାଗ, ଅନୁଗୋଳ ଜିଲ୍ଲାପାଳ, ତାଳଚେର ଉପଜିଲ୍ଲାପାଳ, ତାଳଚେର ବିଧାୟକ ମଧ୍ୟ ଜଣ୍ଡିସ୍ ପ୍ରତି କୌଣସି ପଦକ୍ଷେପ ନନେବାରୁ ତାଳଚେର ସହରରେ ୩ଶହରୁ ଉର୍ଦ୍ଧ୍ୱ ଜଣ୍ଡିସ୍ ରୋଗୀ ତାଳଚେର ଉପଖଣ୍ଡ ଡାକ୍ତରଖାନରେ ଚିକିତ୍ସିତ ହେବା ସଙ୍ଗେସଙ୍ଗେ ଅନ୍ୟକେତେକ ସ୍ଥାନୀୟ ଡାକ୍ତରଖାନାକୁ ଭରସା ନ କରି ଭୟରେ କଟକ, ଭୁବନେଶ୍ୱର ଓ ବିଭିନ୍ନ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପ୍ରକାଶ ଥାଉକି, ଗତ ଶୁକ୍ରବାର ରାତିରେ ଜଣ୍ଡିସ୍ରେ ହାଟତୋଟା ରୋଡ ୧୩ ନମ୍ବର ୱାର୍ଡର କିଶୋର ନାୟକଙ୍କ ୧୮ ବର୍ଷ ବୟସ୍କା ଝିଅ ପ୍ରତିମା ନାୟକ ମୃତ୍ୟୁବରଣ କରିଛନ୍ତି। ପ୍ରଶାସନିକ ସ୍ଥାଣୁତା ଓ ଅପାରଗତା ପାଇଁ ତାଳଚେର ସହରରେ ଜଣ୍ଡିସ୍ ରୋଗ ବଢ଼ିଚାଲିଛି। ଏଣୁ ସୋମବାର ସକାଳେ କାଉନସିଲରମାନେ ବାଧ୍ୟ ହୋଇ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବାସହ ସ୍ଥାନୀୟ ପୌରପରିଷଦର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା, ଜନସ୍ୱାସ୍ଥ୍ୟ ବିଭାଗ ସହରବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା, ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ଜଣ୍ଡିସ୍ ରୋଗର ଚିକିତ୍ସା ପାଇଁ ସ୍ୱତନ୍ତ୍ର ୱାର୍ଡ ଖୋଲାଯିବା ଓ ଆକ୍ରାନ୍ତ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇଦେବା, ଜଣ୍ଡିସ୍ ରୋଗ ନିରାକରଣ ନିମନ୍ତେ ତାଳଚେର ସହରକୁ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଆସି ଅନୁଧ୍ୟାନ କରିବା ଇତ୍ୟାଦି କାଉନ୍ସିଲରମାନେ ଉପଜିଲ୍ଲାପାଳଙ୍କଠାରେ ଦାବି କରିଥିଲେ। ଯଦି ଆଗାମୀ ଦିନରେ ଏଥିପ୍ରତି ଦୃଢ଼ ପଦକ୍ଷେପ ନନିଆଯାଏ, ତେବେ ରାଜ୍ୟସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ ଅଚଳ କରି ଦିଆଯିବ ବୋଲି କାଉନ୍ସିଲରମାନେ ଚେତାବନୀ ଦେଇଥିଲେ। ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ ଯଥାଶୀଘ୍ର ଜଣ୍ଡିସ୍ ନିରାକରଣ ନିମନ୍ତେ ଉଚ୍ଚସ୍ତରୀୟ ବୈଠକ ଡକାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେବାରୁ କାଉନ୍ସିଲର ପ୍ରକାଶ ମହାରଣା, ଜୟନ୍ତ ଭୂତିଆ, ଜିତେନ୍ଦ୍ର ଦାସ୍, ବାଲ୍ଲିକୀ ପ୍ରସାଦ କେଶରୀ, ଜ୍ଞାନେନ୍ଦ୍ରୀୟ ସେଠୀ ଓ କବିତା ବେହେରା ପ୍ରମୁଖ ଧାରଣା ପ୍ରତ୍ୟାହୃତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top