ଖଇରା, ୧୦/୭/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ହରିପୁର ଗ୍ରାମପଚାଂୟରେ ଥିବା ସାଗରିକା ମହିଳା ମହାସଂଘର ସଭ୍ୟାମାନେ ବିଡିଓଙ୍କଠାରେ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ଜଣାପଡିଛି ଶ୍ରୀମତୀ ଚମ୍ପାବତୀ ପଣ୍ଡା ମହିଳା ମହାସଂଘର ସଂପାଦିକା ଥାଇ ଗସ୍ତ ଖର୍ଚ୍ଚ ବାବଦକୁ ପ୍ରତି ମାସରେ ମହାସଂଘରୁ ୫୦୦(ପାଂଚ ଶହ)ଟଙ୍କା ନେଉଛନ୍ତି। ତା’ପରେବି ଗତ ୨୦୧୭ ମସିହାରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହରିପୁର ଗ୍ରାମପଞ୍ଚାୟତର ସମିତି ସଭ୍ୟାଭାବେ ନିର୍ବାଚିତ ହୋଇ ମାସକୁ ମାସ ବ୍ଲକରୁ ସମିତିସଭ୍ୟାଙ୍କ ଭତ୍ତା(ଅନରାଏ) ୧୮୮୦ଟଙ୍କା ମଧ୍ୟ ନେଉଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଲୋକପ୍ରତିନିଧି ଶ୍ରୀମତୀ ଚମ୍ପାବତୀ ପଣ୍ଡା ଦୁଇଟି ସରକାରୀ ପଦବୀରେ ରହି କିପରି ସରକାରୀ ତହବିଲକୁ ହରିଲୁଟ କରୁଛନ୍ତି ବୋଲି ସାଗରିକା ମହାସଂଘର ସଭ୍ୟାମାନେ ବିଡିଓ ମହେଶ ଚୌଧୁରୀଙ୍କଠାରେ ଲିଖିତଭାବେ ଅଭିଯୋଗ କରିଛନ୍ତି। ଏଥି ସହିତ ତାଙ୍କ ସମିତିସଭ୍ୟା ପଦବୀକୁ ରଦ୍ଦ କରାଯାଉ ନଚେତ୍ ମହିଳା ମହାସଂଘରୁ ଗସ୍ତ ଖର୍ଚ୍ଚ ବାବଦକୁ ନେଇଥିବା ଟଙ୍କାକୁ ଫେରସ୍ତ କରୁ ବୋଲି ସାଗରିକା ମହିଳା ମହାସଂଘର ସଦସ୍ୟା ଯଶୋଦା ସାହୁ, ଆରତୀ ସାହୁ, ଯମୁନା ସାହୁ, ଜୀନାରାଣୀ ସାହୁ, ପିଙ୍କି ଦାସ, ବିଦ୍ୟୁତ୍ ଲତା ସାହୁ, ସାବିତ୍ରୀ ମହାନ୍ତି, କୌଶଲ୍ୟା ସାହୁ, ଲବଙ୍ଗଲତା ବେହେରା, ପ୍ରଭା ସାହୁ, ପଦ୍ମିନୀ ସାହୁ, ସୁକାନ୍ତି ସାହୁ, ଲତା ନାଇକ, ରତ୍ନମଣି ସାହୁ, ସୌଭାଗିନୀ ଦାସ, ମନ୍ଦାକିନୀ ଦାସ, ବାସନ୍ତି ମହାରଣା, କନକଲତା ସାହୁ, ଅନିତା ମହାରଣା, ମିନତୀ ମହାରଣା, ରାଣୀ ମହାରଣା, ରଞ୍ଜିତା ଦାସ, ଉର୍ମିଳା ପରିଡା, ସବିତା ପରିଡା, କଳ୍ପଲତା ଦାସ, ଶ୍ରାବଣୀ ଦାସ, ସପ୍ନା ଦାସ, ସୋଭାଗିନୀ ବେହେରା, ସସ୍ମିତା ବେହେରା, ସସ୍ମିତା ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି। ବିପିଏମ ରବିନ୍ଦ୍ର ଜେନାଙ୍କୁ ଯୋଗାଯୋଗ କରିବାରୁ ଜଣେ ଲୋକପ୍ରତିନିଧି ଦୁଇଟି ସରକାରୀ ପଦବୀରେ ରହିବାର କୌଣସି ସରକାରୀ ନିୟମ ନାହିଁ ବୋଲି ପ୍ରକାଶ କରିଛନ୍ତି। ଏବିଷୟରେ ଉଚ୍ଚ କର୍ତ୍ତୃପକ୍ଷ କି ପଦକ୍ଷେପ ନେଉଛନ୍ତି ଅଂଚଳବାସୀଙ୍କର ଦେଖିବାକୁ ବାକି ରହିଲା।
