ଜଣେ କବି ଈଶ୍ୱରଙ୍କୁ ସୃଷ୍ଟି କରିଛନ୍ତି

ରାୟଗଡା, ୨୯।୫ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ବିଶ୍ୱବ୍ରହ୍ମାଣ୍ଡରେ ସାପ, ବେଙ୍ଗ, ବାଘ, ଭାଲୁ, ଘୋଡାଭଳି ବହୁ ଜୀବ ରହିଛନ୍ତି। କିନ୍ତୁ କେହି କହିନଥିଲେ। କିନ୍ତୁ କେହିଜଣେ କବି ହିଁ କହିଥିଲା ଯେ ପୃଥିବୀରେ ଜଣେ ଈଶ୍ୱର ବୋଲି ଅଛନ୍ତି। ତେଣୁ ମୋତେଲାଗେ ଈଶ୍ୱରଙ୍କୁ ଯଦି କେହି ସୃଷ୍ଟି କରିଛି ସେ ହେଉଛି କବି ବୋଲି ଓଡିଶା ସାହିତ୍ୟ ଏକାଡମୀର କାର୍ଯ୍ୟକାରୀ ସଦସ୍ୟ ଡକ୍ଟର ବିଜୟାନନ୍ଦ ସିଂହ କହିଛନ୍ତି। ରାୟଗଡା କୃଷ୍ଣଚନ୍ଦ୍ର ନଗରଭବନ ଠାରେ ଅନୁଷ୍ଟିତ ଓଡିଶା ସାହିତ୍ୟ ଏକଡାମୀର ଏକ ପକୃତି ଓ ସାହିତ୍ୟ ଶିର୍ଷକ ଏକ ଆଲୋଚନାଚକ୍ରରେ ସେ ଆହୁରି କହିଛନ୍ତିଯେ ଆଉଜଣେ ବାଲ୍ମୀକି ନାମ୍ନୀ କବି ଆସି ଈଶ୍ୱରଙ୍କ ରୂପ ସମ୍ପର୍କରେ ଲେଖି କହିଲେଯେ ସେ ଧନୁତୀର ଧରିଥାଏ। ଏଭଳି ବହୁ କବି ବହୁ ରୂପରେ ଈଶ୍ୱରଙ୍କୁ କବିତା ମାଧ୍ୟମରେ ତିଆରି କରିଛନ୍ତି ବୋଲି ନିଜ ଭାଷଣରେ କହିଛନ୍ତି। ସେହିପରି କୋରାପୁଟ ଲୋକସଭା କ୍ଷେତ୍ର ସାଂସଦ ଝିନ୍ନ ହିକକା ମୁଖ୍ୟ ଅତିଥିରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବାସହ ଜଣେ କବି, ସାହିତ୍ୟିକ ଓ ଲେଖକ ସୃଷ୍ଟିର ଆଗତ, ଭବିଷ୍ୟତ ଓ ବର୍ତ୍ତମାନକୁ ଅଗ୍ରୀମ ଅବଲୋକନ କରିପାରିଥାନ୍ତି। ତେଣୁ କୁହାଯାଏ ବିଶ୍ୱର ପ୍ରକୃତିକୁ ଜୀବିତ ରଖିବାରେ ଜଣେ ଲେଖକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସାଂସଦ ହିକକା କହିଛନ୍ତି। ବରେଣ୍ୟ ଅତିଥିରୂପେ ଜିଲାପାଳ ଗୁହା ପୁନମ ତାପସ କୁମାର ଯୋଗଦେଇ ଭାଷା ଗୋଟିଏ ଜାତିର ପ୍ରାଣ। ପ୍ରକୃତି ହୋଉବା ସାହିତ୍ୟ ସେଥିରେ ଉଚ୍ଚ ନିଚ୍ଚ ଧର୍ମର ଭେଦଭାବ ରହିନଥାଏ। ତେଣୁ ସାହିତ୍ୟ ଓ ପ୍ରକୃତି ଅଙ୍ଗାଙ୍ଗିରୂପେ ଜଡିତ ବୋଲି କହିଥିଲେ। ଏହି ଅବସରରେ ବିଶିଷ୍ଟ ଅତିଥିରୂପେ ବିଧାୟକ ଲାଲବିହାରୀ ହିମିରିକା, ସମ୍ମାନୀତ ଅତିଥିରୂପେ ଡକ୍ଟର କୌଳରାସଚନ୍ଦ୍ର ଟିକାୟତରାୟ ଯୋଗଦେଇ ପକୃତି ଓ ସାହିତ୍ୟର ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ। ସଭାମୁଖ୍ୟ ତଥା ଓଡିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ସଦସ୍ୟ ତଥା ପଞ୍ଚବଟି ପତ୍ରୀକାର ସମ୍ପାଦକ ସୁଶାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିଲେ। ପରେପରେ ପୂର୍ବାହ୍ନ ୧୧ଟା ପ୍ରଥମ ଅଧିବେଶନରେ କାବ୍ୟ କବିତାରେ ପ୍ରକୃତି ଶିର୍ଷକ ଆଲେଚନା ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଗଦ୍ୟ ସାହିତ୍ୟତରେ ପ୍ରକୃତି ଏବଂ ଶେଷରେ ଆମମନ୍ତ୍ରିତ କବିଙ୍କ ଦ୍ୱାରା ବିଭିନ୍ନ କବିତା ପାଠ କରାଯାଇଥିଲା। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଆବାହକ ସୁଶାନ୍ତ କୁମାର ନାୟକ, ଆଶୁତୋଷ ପାତ୍ର, କବି ଡମ୍ବରୁଧର ପଟନାୟକଙ୍କ ତତ୍ୱାବଧାନରେ ଅନୁଷ୍ଟିତ ହୋଇଥିବା ପରିଲିଖିତ ହୋଇଥିଲା।

Leave a Reply

Your email address will not be published. Required fields are marked *