ଜଙ୍ଗଲରେ ଟିଭି ପଡିଥିବା ଦେଖି ବାଟୋଇ ଓ ବିଏସଏଫ ଜବାନ ଛାନିଆ, ବମ ଉଦ୍ଧାରକାରି ଦଳପହଁଚି ସନ୍ଦେହ ଦୁରକଲେ

ମାଲକାନଗିରି,୮ା୫ (ଓଡିଆ ପୁଅ )) ଜଙ୍ଗଲ ରାସ୍ତା ପାଶ୍ୱର୍ରେ ଏକ ପୁରୁଣା ଟିଭି ପଡିଥିବାର ଦେଖି ମାଓବାଦୀଙ୍କ ବମ ଭାବି ବାଟୋଇ ସହ ବିଏସଏଫ ଜବାନ ମାନେ ଛାନିଆ ହୋଇ ପଡିଥିଲେ । ମାଲାକନଗିରି ଜୟପୁର ମୁଖ୍ୟ ରାଜପଥ ଗୋବିନ୍ଦପାଲି ଘାଟିରାସ୍ତା ପାର୍ଶ୍ବରେ ଜଙ୍ଗଲରେ ଟିଭି ଟିଏ ପଡିଥିବାର ଦେଖି ବାଟୋଇ ମାନେ ଭୟଭିତ ହୋଇ କାଳେ ମାଓବାଦୀ ମାନେ ଟିଭିରେ ବମ ରଖି ଜବାନମାନଙ୍କୁ ଟାର୍ଗେଟ କରିଛନ୍ତି ସନ୍ଦେହ କରି ପୁଲିସକୁ ଜଣାଇଥିଲେ , ପୁଲିସ ଓ ବିଏସଏଫ ଜାବନ ମାନେ ଘଟଣାସ୍ଥଳରେ ପହଁଚିଥିଲେ ମଧ୍ୟ ବମ ଥିବା ଭୟରେ କେହି ଟିଭି ନିକଟକୁ ଯିବାକୁ ସାହସ କରିନଥିଲେ । ପରେ ପୁଲିସ ବୋମା ଉଦ୍ଧାର କାରି ଦଳ ଘଟଣାସ୍ଥଳରେ ପହଁଚି ଅତିସତର୍କତାର ସହିତ ଉକ୍ତ ଟିଭି ଟିକୁ ଜଙ୍ଗଲରୁ ଉଦ୍ଧାର କରି ଆଣି ଖୋଲି ଦେଖିବା ବେଳକୁ ଏହା ଏକ ପୁରୁଣା ଭଙ୍ଗାଟିଭି କେହି ବର୍ଜ୍ୟବସ୍ତୁ ଭାବେ ଜଙ୍ଗଲକୁ ଫିଙ୍ଗିଦେଇଛନ୍ତି । ଜଙ୍ଗଲରେ ପୁରୁଣା ଟିଭି ଟିଏ ପଡିଥିବାର ଦେଖି ଆଜି ସକାଳୁ ସହ ସହ ଲୋକ ସେଠାରେ ଯାଇରୁଣ୍ଡ ହୋଇଥିବା ବେଳେ ପୁଲିସ ଓ ଜବାନମାନେ ମଧ୍ୟ ମାଓବାଦୀଙ୍କ ବମ ଖଜିଂଥିବା ଭୟରେ କିଛି ସମୟ ଉକ୍ତ ଜଙ୍ଗଲକୁ ଚାରିପଟୁ କଡନ କରି ସର୍ଚଅପରେସନ ଆରମ୍ଭ କରିଦେଇଥିଲେ । ପାଖ ଗାଁ ର କେହି ବ୍ୟକ୍ତି ନିଜର ପୁରଣା ଭଙ୍ଗା ଟିଭିକୁ ଉକ୍ତଜଙ୍ଗଲରେ ବର୍ଜ୍ୟବସ୍ତୁ ଭାବେ ଫିଙ୍ଗିଦେଇ ଥିଲେ,ସେହି ଟିଭିକୁ ଦେଖି କିଛି ବାଟୋଇ ମାଓବାଦୀଙ୍କ ବମଥିବା ସନ୍ଦେହରେ ଭୟଭିତ ହୋଇ ହୋ ହାଲା କରି ଥିଲେ ,ପରେ ପୁଲିସଟିମର ବମଉଦ୍ଧାର କାରି ଦଳ ପହଁଚି ଉକ୍ତ ଟିଭି ଟିକୁ ଉଦ୍ଧାର କରି ଏହା ଏକ ବର୍ଜ୍ୟବସ୍ତୁ ଜାଣିବା ପରେ ଘଟଣାସ୍ଥଳରେ ଲୋକ ମାନଙ୍କ ଭିଡ କମିବା ସହ ପରିସ୍ଥିତି ଶାନ୍ତ ପଡିଥିଲା ବୋଲି ମାଲକାନଗିରି ଏସପି ଜଗମୋହନ ମୀନା ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *