ଜଙ୍ଗଲ ଜମି ସମତଳ ପାଇଁ ଜିଲ୍ଲାପାଳଙ୍କୁ ଦାବିକଲେ ୮ ଆଦିବାସୀ ଗ୍ରାମବାସୀ

ମାଲକାନଗିରି, ୧୧ା୧ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଚଂଳର ଜଙ୍ଗଲ ଜମିରେ ବାସକରୁଥିବା ଗରିବ ଆଦିବାସୀଙ୍କୁ ସରକାରଙ୍କ ପକ୍ଷରୁ ଜଙ୍ଗଲ ଜମିପଟା ଦିଆଯାଇଥିବା ବେଳେ ସେଗୁଡିକ ଖାଲ ଢିପ ଓ ସମତଳ ନଥାଇ ଚାଷ ଉପଯୋଗୀ ହୋଇନଥିବାରୁ ସେହଗୁଡିକୁ ସରକାରଙ୍କ ପକ୍ଷରୁ ସମତଳ କରିବା ପାଇଁ ଆଦିବାସୀମାନଙ୍କ ପକ୍ଷରୁ ଦାବି କରାଯାଇଛି। ଆଜି ସକାଳେ ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘର ନେତା ଶୁକ୍ରା ମାଢିଙ୍କ ନେତୃତ୍ତ୍ୱରେ ଶୁକ୍ରାଗୁଡା, ବନଗରିଗୁଡା, ସିନ୍ଧିବେଟା, ଲକ୍ଷ୍ମଣ ପୁର, ଚୁଲି ପାଣି, ଜାମୁଗୁଡା, ଗୁଟୁମଗୁଡା ସହ ୮ଟି ଗ୍ରାମର ଆଦିବାସୀ ମୁଖିଆମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସେମାନଙ୍କୁ ଦିଆଯାଇଥିବା ଜଙ୍ଗଲଜମି ଗୁଡିକୁ ଜଳ ବିଭାଜିକା ବିଭାଗ ପକ୍ଷରୁ ସମତଳ କରିବା ପାଇଁ ଦରଖାସ୍ତ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ସେମାନଙ୍କୁ ଯୋଗାଇ ଦିଆଯାଇଥିବା ଜଙ୍ଗଲ ଜମି ଗୁଡିକରେ ବଡବଡଖାଲ, ପଥର ଥିବାରୁ ସେଗୁଡିକ ଚାଷ ଉପଯୋଗୀ ହୋଇପାରୁନାହିଁ, ସେ ଜମି ଗୁଡିକୁ ସମତଳ କରିବାକୁ ହେଲେ ହଜାର ହଜାର ଟଙ୍କା ଖର୍ଚ ହେବ, ସେମାନେ ଗରିବ ଆଦିବାସୀ ହୋଇଥିବାରୁ ଟଙ୍କା ଅଭାବରୁ ଜମି ଗୁଡିକୁ ସମତଳ କରିପାରୁ ନାହାଁନ୍ତି, ସରକରାଙ୍କ ଜଳ ବିଭାଜିକା ଯୋଜନା ମାଧ୍ୟମରେ ସେ ଜମିଗୁଡିକୁ ସମତଳ କରିବା ପାଇଁ ଦାବି କରିଛନ୍ତି। ଏହା ବ୍ୟତିତ ଚାଲାଣଗୁଡା ପଚାୟଂତସ୍ଥ ପାହଡ ଉପରେ ଥିବା ଶୁକ୍ରାଗୁଡା ଗ୍ରାମକୁ ଭଲ ରାସ୍ତାଟିଏ ନଥିବାରୁ ଗ୍ରାମବାସୀ ଓ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ଯାତାୟତରେ ବାଧାସୃଷ୍ଟି ହେଉଛି, ତୁରନ୍ତ ଶୁକ୍ରାଗୁଡା ଗ୍ରାମକୁ ନିତିଦିନିଆ ରାସ୍ତାଟିଏ ନିର୍ମାଣ କରିବା ପାଇଁ ମଧ୍ୟ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *