ଜଘନ୍ୟ ଭାବେ ଯୁବତୀଙ୍କୁ ଧର୍ଷଣ ଓ ହତ୍ୟା ପରେ ଜଙ୍ଗଲରେ ଶବ ଛାଡି ଅଭିଯୁକ୍ତ ଫେରାର

ଟିଟିଲାଗଡ଼ ୧୦-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡରୁ ୧୩ କି.ମି ଦୂର ଗୁଲମୀ ଜଙ୍ଗଲରେ ଜଣେ ଯୁବତୀଙ୍କ ମୃତ ଦେହ ମିଳିଥିବା ନେଇ ସାଧାରଣରେ ଆଲୋଚନା ହେବାରେ ଲାଗିଛି। ପ୍ରକାଶ ଯେ ଗୁଲମୀ ଜଙ୍ଗଲରେ କିଛି ଦୁର୍ବୁତ୍ତ ଉକ୍ତ ଯୁବତୀଙ୍କୁ ଜୋର ଜବରଦସ୍ତ ପାସବିକ ଅତ୍ୟାଚାର କରିବା ପରେ ଜଘନ୍ୟ ଭାବେ ହତ୍ୟା କରି ଫେରାର ହୋଇଯାଇଥିବା ସନ୍ଦେହ ପ୍ରକାଶ ପାଇଛି। ତେବେ ପ୍ରାୟ ଆନୁମାନିକ ଭାବେ ୨୨,୨୩ ବର୍ଷୀୟ। ଉକ୍ତ ଯୁବତୀଙ୍କ ପରିଚୟ ମିଳିପାରି ନ ଥିବା ବେଳେ କେଉଁ ମାନେ ଓ କାହିଁକି ଏପରି ଜଘନ୍ୟ ଅଘଟଣ ଘଟାଇଛନ୍ତି ସେ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। କେତେକ କାଠୁରିଆ ଆଜି ଦିନ ପ୍ରାୟ ୧୧ଟା ସମୟରେ ଗୁଲମୀ ଜଙ୍ଗଲ ଯାଇଥିବା ବେଳେ ଉକ୍ତ ଶବକୁ ଦେଖି ପୋଲିସକୁ ସୂଚନା ଦେଇଥିଲେ। ସନ୍ଧ୍ୟା ପ୍ରାୟ ୫ଟାରେ ପୋଲିସ ଶବର ମାଇନା କରି ଟିଟିଲାଗଡ ଡାକ୍ତର ଖାନା ଶବଗୃହରେ ରଖିଥିବା ବେଳେ ଆସନ୍ତା କାଲି ଶବ ବ୍ୟବଛେଦ କରାଯିବ ବୋଲି ପୋଲିସ ସୂଚନା ଦେବା ସହ ପ୍ରାରମ୍ଭିକ ତଦନ୍ତରୁ ଏହାକୁ ଏକ ମିଳିତ ଭାବେ ଧର୍ଷଣ ଓ ହତ୍ୟା କାଣ୍ଡ ବୋଲି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *