ଜଗା ବଳିଆଙ୍କ ଆରୋଗ୍ୟ ପାଇଁ ସଂକୀର୍ତନ ଓ ଦୀପ ଦାନ

ନୟାଗଡ଼ ୨୮/୧୦(ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଦୀର୍ଘ ଏକମାସରୁ ଉଦ୍ଧ୍ୱ ସମୟ ଧରି ଦିଲ୍ଲୀର ଏମ୍ସରେ ଜଗାବଳିଆଙ୍କ ଚିକିସ୍ବା ଚାଲିଛି । ବୁଧବାର ସେମାନଙ୍କ ଯୋଡାମୁଣ୍ଡ ଅଲଗା କରିବା ପାଇଁ ଅସ୍ତ୍ରୋପ୍ରଚାର ଆରମ୍ଭ ହୋଇ ଗୁରୁବାର ଶେଷ ହୋଇଛି । ଉଭୟଙ୍କର ଆଶୁ ଆରୋଗ୍ୟ କାମନା କରି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କୁଳାସର ଗ୍ରାମପାୟତର ସରପଞ୍ଚ ଅନିତା ସାହୁଙ୍କ ନେତୃତ୍ୱରେ ଏକ ସଂର୍କୀନ ମଣ୍ଡଳୀ ନାମ ସଂର୍କୀତନ କରି ଗ୍ରାମର ଗ୍ରାମଦେବୀଙ୍କ ଠାରୁ ଏକ ଶୋଭା ଯାତ୍ରା ମାଧ୍ୟମରେ ଗ୍ରାମ ପରିକ୍ରମା ସହିତ ଶ୍ରୀ ଲୋକେଶ୍ୱର ଦେବଙ୍କ ପୀଠରେ ସମୂହ ଦୀପଦାନ କରାଯାଇଥିଲା ଏବଂ ଜଗାବଳିଆଙ୍କ ଚିକିସ୍ବା ପାଇଁ ନିଯୁକ୍ତ ଡାକ୍ତର ମାନଙ୍କୁ ପ୍ରଶଂସା କରାଯାଇଥିଲା । ଏଥିରେ କୂଳାସର ଗ୍ରାମପଞ୍ଚାୟର ସମିତିସଭ୍ୟ ପ୍ରଦୀପ୍ତ କୁମାର ନନ୍ଦ, ନାଏବ ସରପଞ୍ଚ ପ୍ରକାଶ ଚନ୍ଦ୍ର ମହାପାତ୍ର, ସ୍ୱେଚ୍ଛାସେବୀ ଭରତ ସାହୁ ଓ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟା ଓ ଗ୍ରାମବାସୀ ଓ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଉପସ୍ଥିତ ଥିଲେ .ଏଭଳି ପ୍ରଚେଷ୍ଟାକୁ ସାଧାରଣରେ ପ୍ରଶଂସା କରାଯାଇଥିଲା

Leave a Reply

Your email address will not be published. Required fields are marked *