ଜିଲ୍ଲା ପରିକ୍ରମା

ଜଗାବଳିଆ କ୍ଳବ ବାର୍ଷିକ ଉତ୍ସବ

ପୁରୀ:୧୧/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ଜଗା ବଳିଆ ଯୁବକ ସଂଘ ପକ୍ଷରୁ ଶରଧାବାଲି ଉତ୍ସବ ମୁକ୍ତ କାଶ ରଂଗମଂଚରେ ରବିବାର ସଂଧ୍ୟାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଲେ ଯେ ଯୁବକ ସଂଘର କାର୍ଯ୍ୟଧାରା ପ୍ରଶଂସନୀୟ। ସଦସ୍ୟ ମାନେ ନିଜନିଜ ମଧ୍ୟରେ ଉତମ ସମନ୍ନୟ ରଖି କାର୍ଯ୍ୟକରିବାକୁ ସେ ପରାମର୍ଶ ଦେବା ସହ ଯୁବକ ସଂଘର ଉତାରଉତର ଉନ୍ନତି କାମନା କରିଥିଲେ।ଯୁବକ ସଂଗର ସଭାପତି କୈଳାସ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ନପୂର୍ଣ୍ଣା ଦେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉପନଗରପାଳ ଶାନ୍ତିଲତା ପ୍ରଧାନ, ପୈାରସଦସ୍ୟ ପ୍ରଦୀପ୍ତ କୁମାର ନାୟକ, ବିଧାୟକଙ୍କ ପ୍ରତିନିଧି ଜୟକୃଷ୍ଣ ଦାସ ମହାପାତ୍ର ମହିଳା ମହାସଂଘ ସଭାନେତ୍ରୀ ବିନୋଦିନୀ ଦାସ ପ୍ରମୁଖ ଉତ୍ସବରେ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଯୁବକ ସଂଘର ଉତାରଉତର ଉନ୍ନତି କାମନା କରିଥିଲେ। ଯୁବକ ସଂଘ ସମ୍ପାଦକ ରାଜବଲ୍ଲଭ ମିଶ୍ର, ସହ ସମ୍ପାଦକ କାଳୀ ପ୍ରସନ୍ତ ଦାଶ, ମହେଶ୍ୱର ସାହୁ, ଅଶ୍ୱିନୀ ତ୍ରିପାଠୀ ପ୍ରମୁକ ଉତ୍ସବରେ ମଚାଂସୀନ ଥିଲେ। ସଭାପରେ ରଂଗଶାଳା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top