ଓଡ଼ିଶା

ଜଗମୋହନରେ ସିଲିଂ ସ୍ଥାପନରେ ଶେଷ ହେବାକୁ ଲାଗିବ ୭ ଦିନ

ପୁରୀ, ୧୨/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ୮ ତାରିଖ ଠାରୁ ଜଗମୋହନରେ ଲାଗୁଥିବା କାଠ ସିଂଲିଂ କାମ ଆଉ ୭ ଦିନ ଲାଗିବ ବୋଲି ଜଣାଯାଇଛି। ମୋଟ ୯ ଖଣ୍ଡ କାଠ ଡିଜାଇନରୁ ୮ ଖଣ୍ଡ ଲାଗି ସରିବଥିବା ବେଳେ ଆଉ ଗୋଟିଏ ଖଣ୍ଡ ଲାଗିବାକୁ ବାକି ରହିଛି। ଫିନିସିଙ୍ଗ ପାଇଁ ଆଉ ୭ ଦିନ ଲାଗିବ। ପ୍ରଥମ ଦିନ ୨ଟି ପ୍ଲେଟ ଉଠାଯାଇଥଇବା ବେଳେ ୨ ଦିନ ଭିତରେ ୬ ଖଣ୍ଡ ଉଠିଛି। ଏହି ଡିଜାଇନରେ ୨ ଇଂଚ ଓସାରୋର ପାଖାପାଖି ୩୦୦ ସିଏପଫଟି କାଠ ଲାଗିଛି। ଚେନପୁଲିଂ ସହାୟତାରେ ଏହି ଓଜନିଆ କାଠଖଣ୍ଡକୁ ଟେକାଯାଇଛି। ଛାତକୁ ସପୋର୍ଟ ଦିଆଯାଇଥବା ବିମରେ ଛାପ ନଥିବାରୁ ଏହି ବ୍ୟବସ୍ଥା ହୋଇଛି। ସ୍ଟିଲ ବିମରେ ବୋଲ୍ଟ ଲଗାଇ ଏହାକୁ ସ୍ଥାପନ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top